Header Ads

Header ADS

କନ୍ଦରପୁରରେ ଦ୍ୱାଦଶ ମକର ଉତ୍ସବ

ଆଠଗଡ଼: ପବିତ୍ର ମକରସଂକ୍ରାନ୍ତି ଅବସରରେ ଆଠଗଡ଼ ବ୍ଲକର କନ୍ଦରପୁର ଗ୍ରାମବାସୀଙ୍କ ପକ୍ଷରୁ ଦ୍ୱାଦଶ ବାର୍ଷିକ ମକର ଉତ୍ସବ ମହାଦେବ ମନ୍ଦିର ପ୍ରାଙ୍ଗଣରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେଠାରେ ସଂକୀର୍ତ୍ତନ ଓ ଖଞ୍ଜଣୀ ବାଦନ କରାଯିବା ସହ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ମକରଚାଉଳ ଲାଗି କରାଯାଇ ସେହି ପ୍ରସାଦ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯିବା ସହ ଦିନସାରା ହରିହାଟରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ନିକଟବର୍ତ୍ତୀ ଫୁଲବାଡି, ରାଉତରାପୁର ଓ ଗୋବିନ୍ଦପୁର ଗ୍ରାମର ଉଭୟ ପୁରୁଷ ଓ ମହିଳା ସଂକୀର୍ତ୍ତନ ମଣ୍ଡଳ ସଂକୀର୍ତ୍ତନ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟଭାବେ ଅନ୍ତର୍ଯ୍ୟାମୀ ସୁତାର, ନାରାୟଣ ମଲ୍ଲିକ, ସୁନାକର ଦଳାଇ, ସତ୍ୟରଞ୍ଜନ ମଲ୍ଲିକ, ବିଶ୍ୱଜିତ୍‌‌ ଦଳାଇ, ସୂର୍ଯ୍ୟକାନ୍ତ ସେଠୀ, ମଙ୍ଗୁଳି ଦଳାଇଙ୍କ ସମେତ ଗ୍ରାମର ସମସ୍ତ ମୁରବୀ ସହଯୋଗ କରିଥିଲେ।



No comments

Powered by Blogger.