Header Ads

Header ADS

ପାହାଡରୁ ପଥର ଖସି ବୃଦ୍ଧଙ୍କ ମୃତ୍ୟୁ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅଧୀନସ୍ଥ ଲକ୍ଷ୍ମୀପୁର ଅଞ୍ଚଳରେ ପାହାଡ଼ରୁ ପଥର ଖସି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାମ ବିଟୁ ହିଡ୍ରିକା, ବୟସ ୬୫। ଘର ଲକ୍ଷ୍ମୀପୁର ଥାନା ଅଧୀନସ୍ଥ ସଦର ପଞ୍ଚାୟତର ପଣସପୁଟ ଗ୍ରାମରେ। ସୂଚନା ଅନୁଯାୟୀ ବିଟୁ କୁଆଡ଼େ ଏଠାରେ ବନ ବିଭାଗ ପକ୍ଷରୁ ଯେଉଁ ବନୀକରଣ କରାଯାଇଛି ତାହାର ଜଗାରଖା କରୁଥିଲେ। ଏହାର କିଛି ଦୂରରେ ବିଭାଗ ପକ୍ଷରୁ ମୃତ୍ତିକା ସଂରକ୍ଷଣ ନିମନ୍ତେ ଏକ ପଥର ବନ୍ଧ ନିର୍ମାଣ ପାଇଁ ପାହାଡ଼ ଉପରୁ ପଥର ସଂଗ୍ରହ କରାଯାଉଥିଲା। କିଛି ଶ୍ରମିକ ତାହାକୁ ଆଣି ତଳେ ରଖୁଥିଲେ।

ଏହି ସମୟରେ ବିଟୁ ସେଠାକୁ ଯାଇ ତାହା ଦେଖୁଥିବା ବେଳେ ଏକ ପଥର ଉପରୁ ଖସିଥିଲା। ତଳେ ଥିବା ସମସ୍ତେ ଦୌଡ଼ି ପଳାଇଥିଲା ବେଳେ ବିଟୁ କୁନ୍ତୁ ଯାଇ ପାରିଲା ନାହିଁ। ଫଳରେ ସେ ପଡି ଯାଇଥିବା ବେଳେ ମୁଣ୍ଡରେ ପଥର ବାଜି ଗୁରୁତର ହୋଇଥିଲା। ସେଠାରୁ ତାଙ୍କୁ ଉଦ୍ଧାର କରି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ହେଲେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ବନ କର୍ମଚାରୀ ମାନଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ପଚାଶ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି।



No comments

Powered by Blogger.