Header Ads

Header ADS

ଯୁବ ଶିଳ୍ପୋଦ୍ୟୋଗୀ ଚନ୍ଦନ ମହାନ୍ତିଙ୍କ ଦେହାନ୍ତ

ଡେସ୍କ: ଯୁବ ଶିଳ୍ପୋଦ୍ୟୋଗୀ ତଥା ଭେଲକ୍ରୋ ଇଲେକ୍ଟ୍ରିକାଲ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଚନ୍ଦନ ମହାନ୍ତିଙ୍କର ୫୧ ବର୍ଷ ବୟସରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁ ତାଙ୍କୁ ଦିଲ୍ଲୀସ୍ଥିତ ମେଦାନ୍ତ ଚିକିିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ। ବୁଧବାର ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏକମାତ୍ର ପୁତ୍ର ଅଭିନବ ମହାନ୍ତି ମୁଖାଗ୍ନି ଦେଇଥିଲେ।

କଟକରେ ଜନ୍ମ ଗ୍ରହଣ କରିଥିବା ଚନ୍ଦନ ଜଣାଶୁଣା ଶିଳ୍ପୋଦ୍ୟୋଗୀ ସ୍ବର୍ଗତ କ୍ଷୀତିନ୍ଦ୍ର କୁମାର ମହାନ୍ତିଙ୍କ ବଡ଼ ପୁଅ ଥିଲେ। ଯୁବ ଉଦ୍ୟୋଗୀ ଭାବେ ସେ ବେଶ୍ ଜଣାଶୁଣା ଥିଲେ। ଜଣେ ବନ୍ଧୁବତ୍ସଳ ଓ ମେଳାପି ଭାବେ ମଧ୍ୟ ସେ ପରିଚିତ। ତାଙ୍କର ଅକାଳ ବିୟୋଗରେ ବହୁ ଉଦ୍ୟୋଗୀ ଏବଂ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମରଶରୀରକୁ ବୁଧବାର ଭୁବନେଶ୍ବର ଝାରପଡ଼ାସ୍ଥିତ ବାସଭବନକୁ ଅଣାଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ। ଭାଇ ବନ୍ଦନ ମହାନ୍ତି, ନନ୍ଦନ ମହାନ୍ତିଙ୍କ ସମେତ ସପରିବାର ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ।



No comments

Powered by Blogger.