Header Ads

Header ADS

ଟିଭି ମିଡିଆ ଗାଇଡ୍‌ଲାଇନ୍‌ ପ୍ରସଙ୍ଗରେ ସୁପ୍ରିମ୍ କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର: ଆଗ ଡିଜିଟାଲ୍‌ ମିଡିଆ ପ୍ରତି ଦୃଷ୍ଟି ଦିଅନ୍ତୁ


ନୂଆଦିଲ୍ଲୀ: ବୈଦ୍ୟୁତିକ ଗଣମାଧ୍ୟମ ଲାଗି ଗାଇଡ୍‌ଲାଇନ୍ ଜାରି କରାଯିବା ପ୍ରସଙ୍ଗ ପୂର୍ବରୁ ସୁପ୍ରିମ୍ କୋର୍ଟ ଡିଜିଟାଲ୍‌ ମିଡିଆ ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଗୁରୁବାର ଦିନ କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି। କାରଣ, ଟିଭି ଠାରୁ ଡିଜିଟାଲ୍‌ ମିଡିଆର ପ୍ରଭାବ ଅଧିକ ଏବଂ ତାହା ଭାଇରାଲ୍ ହୋଇପାରୁଛି।

ଟିଭି ଚାନେଲ୍‌ମାନଙ୍କ ଲାଗି ଗାଇଡ୍‌ଲାଇନ୍ କରିବାକୁ ସୁପ୍ରିମ୍ କୋର୍ଟ ଦେଇଥିବା ଆହ୍ବାନ ସମ୍ବନ୍ଧୀୟ ଏକ ବିବୃତିରେ କେନ୍ଦ୍ର ସରକାର କହିଛନ୍ତି, ବ୍ୟକ୍ତିବଶେଷଙ୍କ ପାଖରେ ଅନାୟାସରେ ପହଞ୍ଚି ପ୍ରଭାବ ପକାଇପାରୁଥିବାରୁ ଅଦାଲତ ପ୍ରଥମେ ଡିଜିଟାଲ୍‌ ମିଡିଆ ପ୍ରତି ଦିଅନ୍ତୁ।

ସୁପ୍ରିମ୍‌ କୋର୍ଟରେ ଦାଖଲ କରିଥିବା ଏକ ସତ୍ୟପାଠ ବା ସତ୍ୟପତ୍ରରେ କେନ୍ଦ୍ର ସରକାର କହିଛନ୍ତି, ଡିଜିଟାଲ୍‌ ମିଡିଆର ଦ୍ରୁତତର ପହଞ୍ଚ ରହିଛି ଏବଂ ହ୍ବାଟ୍ସ୍‌ଆପ୍, ଟୁଇଟର୍ ଏବଂ ଫେସ୍‌ବୁକ୍ ଭଳି ଆପ୍ ଯୋଗୁଁ ଭାଇରାଲ୍‌ ବା ଲୋକପ୍ରିୟ ହେବାର ସମ୍ଭାବନା ରହିଛି। ସାମର୍ଥ୍ୟ ଥିବା କାରଣରୁ ଡିଜିଟାଲ୍‌ ମିଡିଆ ଉଲ୍ଲେଖନୀୟ ପ୍ରଭାବ ବିସ୍ତାର କରୁଛି। ଅଦାଲତ ଆଗ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

Image Courtesy of TechCrunch

କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି ଯେ, ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମ ସମ୍ବନ୍ଧରେ ଯଥେଷ୍ଟ ନିୟମ ଓ ନ୍ୟାୟିକ ଘୋଷଣାମାନ ରହିଛି। ବାକ୍‌ ସ୍ବାଧୀନତାରେ ସନ୍ତୁଳନ ରକ୍ଷା ଏବଂ ଉତ୍ତରଦାୟୀ ସାମ୍ବାଦିକତା ବୈଧାନିକ ବ୍ୟବସ୍ଥା ଓ ରାୟ ଦ୍ବାରା ପରିଚାଳିତ ହେଉଛି।

ଯଦି ଶୀର୍ଷ ଅଦାଲତ କାର୍ଯ୍ୟାନୁଷ୍ଠାନ ଚାହୁଁଛନ୍ତି ତେବେ ତାହାକୁ କେବଳ ବୈଦ୍ୟୁତିକ ଗଣମାଧ୍ୟମର ମୁଖ୍ୟସ୍ରୋତରେ ସୀମିତ ନ ରଖିବା ଉଚିତ। ଗଣମାଧ୍ୟମରେ ମୁଖ୍ୟସ୍ରୋତ ବୈଦ୍ୟୁତିକ ଗଣମାଧ୍ୟମ, ମୁଖ୍ୟସ୍ରୋତ ମୁଦ୍ରିତ ଗଣମାଧ୍ୟମ ତଥା ଡିଜିଟାଲ୍‌ ପ୍ରିଣ୍ଟ୍‌ ମିଡିଆ ଏବଂ ଡିଜିଟାଲ୍‌ ୱେ‌ବ୍-ଭିତ୍ତିକ ନିଉଜ୍ ପୋର୍ଟାଲ୍‌ ଭଳି ସମାନ୍ତରଳ ଗଣମାଧ୍ୟମ ଏବଂ ୟୁଟ୍ୟୁବ୍ ଚାନେଲ୍‌ ଓ ‘ଓଭର୍‌ ଦି ଟପ୍‌’ ପ୍ଲାଟ୍‌ଫର୍ମ’ ଅନ୍ତର୍ଭୁକ୍ତ।

ଏଥିପାଇଁ ଗାଇଡ୍‌ଲାଇନ୍ ସ୍ଥିର କରିବାରେ ସାହାଯ୍ୟ କରିବାକୁ ଶୀର୍ଷ ଅଦାଲତ ଆମିକସ୍ କ୍ୟୁରି ନିଯୁକ୍ତି କରନ୍ତୁ କିଂବା ଏକ କମିଟି ଗଠନ କରନ୍ତୁ।

 



No comments

Powered by Blogger.