Header Ads

Header ADS

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପ୍ରତିଯୋଗିତା ଉଦଘାଟିତ

ଗୋପାଳପୁର: ଓଡ଼ିଆ ସରକାରଙ୍କ ଉଚ୍ଚଶିକ୍ଷା ଓ ଉଚ୍ଚଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ଦ୍ଵାରା ପ୍ରlୟାଜିତ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାପ୍ତ ବିଶିଷ୍ଟ କବି ଫ୍ରଫେସର୍ ବିପିନ ନାୟକ ଦ୍ଵାରା ଉଦଘାଟିତ ହୋଇଯାଇଅଛି। ଏହି ଉପଲକ୍ଷେ ଡିଜିଟାଲ ଯୁଗରେ ମାତୃଭାଷାର ଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର କଲେଜ ଅଧ୍ୟକ୍ଷ ଡ଼.ରାମ ପ୍ରସାଦ ପଣ୍ଡାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଥିଲା। ସମ୍ମାନୀତ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ତଥା ଅଧ୍ୟକ୍ଷ କଙ୍କୋରଡା କଲେଜର ଡ଼ଃ ହରେକୃଷ୍ଣ ନାୟକ ଯୋଗ ଦେଇ ଡିଜିଟାଲ ଯୁଗରେ ମାତୃଭାଷାର ଭୂମିକାର ସlରଗର୍ଭ ଭାଷଣ ପ୍ରଦାନ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟର ରାମଧିନ ସଂସ୍କୃତ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଡ଼ଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ।



No comments

Powered by Blogger.