Header Ads

Header ADS

ଘର ସମ୍ମୁଖରୁ କାର ଟାୟାର ସହ ସିଟ୍ ଖୋଲି ନେଲେ ଦୁବୃର୍ତ୍ତ

ପାଟଣା: ଢେଙ୍କିକୋଟରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। ଘର ସମ୍ମୁଖରୁ କାରର ଟାୟାର ସହ ସିଟ୍ ଖୋଲି ନେଇ ଯାଇଛନ୍ତି। ବିଳମ୍ବିତ ରାତିରେ ଢେଙ୍କିକୋଟ ଦଳେଇ ସାହିରେ ଡ଼ଃ ସତ୍ୟବ୍ରତ ସାହୁଙ୍କ ଘର ସମ୍ମୁଖରେ ଥିବା କାରରୁ ୩ଟି ଟାୟାର ଓ ପଛ ସିଟ୍ ଖୋଲି ନେଇଛନ୍ତି ଦୁବୃର୍ତ୍ତ। ଗାଡିର ପଛ ଦୁଇଟି ଟାୟାରକୁ ଖୋଲି ଦୁବୃର୍ତ୍ତ ମାନେ ଇଟା ରଖିଦେଇଥିବା ବେଳେ ଷ୍ଟେପିନ ଟାୟାର ମଧ୍ୟ ଚୋରି ହୋଇଥିବା ଦେଖାଯାଇଛି। ଚୋରି ସମ୍ପର୍କରେ ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ ହୋଇଛି।‌



No comments

Powered by Blogger.