Header Ads

Header ADS

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଆଜି ମହାଯଜ୍ଞର ଦ୍ବିତୀୟ ଦିନ, ବୁଧବାର ପୂର୍ଣ୍ଣାହୂତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଲାଗି ପୁରୀ ସହର ଉତ୍ସବମୂଖର ହୋଇଉଠିଛି। ତ୍ରିଦିନାତ୍ମକ ହୋମଯଜ୍ଞ ଚାଲିଥିବାବେଳେ ମଙ୍ଗଳବାର ମହାଯଜ୍ଞର ଦ୍ବିତୀୟ ଦିନ ରହିଛି। ଶ୍ରୀମନ୍ଦିର ଚାରି ଦ୍ବାରରେ ଚର୍ତୁବେଦ ପାଠ କରାଯାଉଛି। ପୁରା ଖଣ୍ଡମଣ୍ଡଳ ମନ୍ତ୍ରପାଠ ଏବଂ ହୋମଯଜ୍ଞରେ ପ୍ରକମ୍ପିତ ହେଉଛି । ସୋମବାର ସୂର୍ଯ୍ୟଦୋୟରୁ ଅଖଣ୍ଡ  ଦ୍ବୀପ ପ୍ରଜ୍ବଳନ ପୂର୍ବକ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ମହାଯଜ୍ଞର ଶୁଭାରମ୍ଭ ହୋଇଥିଲା ।

ଶ୍ରୀମନ୍ଦିର ଏୗଶାନ୍ୟ କୋଣରେ ସ୍ଥାପିତ ବିଶାଳ ଯଜ୍ଞ କୁଣ୍ଡରେ ରୋଶ ଶାଳାରୁ ବୈଷ୍ଣବାଗ୍ମୀ ସଂସ୍କାର ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ଗଜପତି ମହାରାଜାଙ୍କ ଦ୍ବାରା ବରଣ ହୋଇଥିବା ଆଚାର୍ଯ୍ୟ ବ୍ରାହ୍ମଣ ମାନେ ଘୃତାହୂତି ଦେଉଛନ୍ତି। ବୁଧବାର ଗଜପତି ମହାରାଜା ଯଜ୍ଞରେ ପୂର୍ଣ୍ଣାପୂତି ଦେବାର କାର୍ଯ୍ୟକ୍ରମ ରହିଛି।

 



No comments

Powered by Blogger.