Header Ads

Header ADS

ଘରେଘରେ ପହଞ୍ଚି କରୋନା ଆକ୍ରାନ୍ତଙ୍କୁ ସେବା ଯୋଗାଉଛନ୍ତି ବ୍ରହ୍ମପୁର ତ୍ୱରିତ ସ୍ୱାସ୍ଥ୍ୟସେବା ଦଳ

ଗୁରୁଡ଼ିଝାଟିଆ: କରୋନା ଆକ୍ରାନ୍ତଙ୍କ ଘରେ ଦେବଦୂତ ସାଜି ପହଞ୍ଚୁଛନ୍ତି ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ତ୍ୱରିତ ସେବା ପ୍ରଦାନ କାରୀ ଦଳ। ପାଳି କରି ବିଭିନ୍ନ ଦିନମାନଙ୍କରେ ୨୬ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଗାଁରେ ଥିବା କରୋନା ଆକ୍ରାନ୍ତଙ୍କ ନିକଟରେ ପହଞ୍ଚୁଛନ୍ତି। ଏଥିରେ ମୁଖ୍ୟ ଭୂମିକା ତୁଲାଉଛନ୍ତି ଆୟୁଷ ଚିକିତ୍ସକ ଡାକ୍ତର ଦୀପକ ରାଜ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଡାକ୍ତର ରାଜ, ଡାକ୍ତର ଅମର ବେହେରା ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଘରେଘରେ ପହଞ୍ଚି କରୋନା ରୋଗୀଙ୍କ ମନୋବଳ ବୃଦ୍ଧି କରିବା ସହ ଔଷଧ ଖାଇବାର ପ୍ରଣାଳୀ, ସ୍ୱାସ୍ଥ୍ୟର ଅବଗତି ସଂପର୍କରେ ଟିକିନିକି ସୁଚନା ଦେଉଛନ୍ତି। ଯାହାଫଳରେ ସଂଗରୋଧରେ ଥିବା କରୋନା ସଂକ୍ରମିତଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି ହେଉଛି। ଆଜି ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଖୁଣ୍ଟୁଣୀ ଓ ଗୁରୁଡ଼ିଝାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୋଟ ୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସଂପୃକ୍ତ ୯ଜଣଙ୍କ ଘରେ ତ୍ୱରିତ ସେବା ପ୍ରଦାନ କାରୀ ଡାକ୍ତରୀ ଦଳ ପହଞ୍ଚି ସ୍ୱାସ୍ଥ୍ୟପରାମର୍ଶ ଓ ଔଷଧ ସେବନ ଇତ୍ୟାଦି ସଂପର୍କରେ ପରାମର୍ଶ ଦେଇଥିଲେ। ଅଧୁନା ଆଜି କନ୍ଦରପୁର, ଘଣ୍ଟିଖାଲ, ରାଜନଗର, ଗୁରୁଡ଼ିଝାଟିଆ, ଖୁଣ୍ଟୁଣୀ ଆଦି ଅଞ୍ଚଳ ଗ୍ରସ୍ତକରି ସଂକ୍ରମିତ କରି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଟିମର ସଦସ୍ୟମାନେ।  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦାସ ଆଠଗଡ଼ ବ୍ଲକର ୩୪ ପଞ୍ଚାୟତରେ ଥିବା ୨୬ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଞ୍ଚଳରେ କରୋନା ସଂକ୍ରମିତଙ୍କ ଘରେ ପହଞ୍ଚି କରୋନ ସଂକ୍ରମିତଙ୍କ ମନୋବଳ ବୃଦ୍ଧି କରିବା, ଔଷଧ ପ୍ରଦାନ କରିବା ଓ ଖାଇବା ପ୍ରଣାଳୀ ସଂପର୍କରେ ତଦାରଖ କରିବା ନିମନ୍ତେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଜିଲ୍ଲାରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି।



No comments

Powered by Blogger.