Header Ads

Header ADS

ବଉଳରେ କମ୍ବଳ ବଣ୍ଟନ

ଗୁରୁଡ଼ିଝାଟିଆ: କୁଷ୍ପଙ୍ଗି ପଞ୍ଚାୟତର ବଉଳ ଶବରସାହିରେ କମ୍ବଳ ବଣ୍ଟନ କରାଯାଇଛି। ଆଠଗଡ଼ ବିକାଶ ମଞ୍ଚ ସଭାପତି ତଥା ସମାଜସେବୀ ମାନସ ବସ୍ତିଆ ଶବରସାହିର ଅଭାବୀ ଜନସାଧାରଣଙ୍କୁ କମ୍ବଳ ପ୍ରଦାନ କରିବା ସହିତ ସେମାନଙ୍କ ସୁଖଦୁଃଖ ପଚାରିବୁଝିଥିଲେ। ଅଭିଭକ୍ତ ଓରନ୍ଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଗୁଣୀ ଚରଣ ରାଉତ ଓ ବିଚିତ୍ରାନନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସାହିର ବରିଷ୍ଠ ନାଗରିକମାନେ ମଞ୍ଚର ସଭାପତି ଶ୍ରୀ ବସ୍ତିଆଙ୍କୁ ସହାୟତା ପାଇଁ ସାଧୁବାଦ ଜଣାଇଥିଲେ।



No comments

Powered by Blogger.