Header Ads

Header ADS

ଲକ୍ଷ୍ମୀପୁର ବ୍ୟାଙ୍କରୁ ସୁନା ଚୋରୀ ଘଟଣା: ୧ କିଲୋର ଊର୍ଦ୍ଧ୍ବ ସୁନା ଜବତ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର  ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ସୁନା ଅଳଙ୍କାର ଚୋରି ଘଟଣାରେ ଏକ କିଲୋରୁ ଅଧିକ ପରିମାଣର ସୁନା ଜବତ କରାଯାଇଥିବା ଜଣାପଡିଛି।
ସେହିପରି ଭିଡିଓ ଫୁଟେଜ ଆଧାରେ ଉକ୍ତ ବ୍ୟାଙ୍କରେ ଥିବା ନାରାୟଣପାଟଣା ଥାନା ଅଞ୍ଚଳର ବିକ୍ରମପୁର ଗ୍ରାମର ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶେଖର କୁଲଦୀପଙ୍କୁ କୌଣସି କାରଣରୁ ପ୍ରାୟ ୬ ମାସ ପୂର୍ବେ ବାହାର କରି ଦିଆଯାଇଥିଲା। ସେ ହିଁ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ପୁଲିସ ତାକୁ ଆଣି ପଚରାଉଚରା କରି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ। ତାଙ୍କୁ ସାଙ୍ଗରେ ନେଇ ବିକ୍ରମପୁର ଗାଁକୁ ଯାଇ ଖୋଜାଖୋଜି କରିଥିଲେ। ଶେଖରର ଘରୁ ଏପରିକି ଭାତ ହାଣ୍ଡି, ଡାଲି ହାଣ୍ଡି ସହିତ ଚୁଲିରୁ ପ୍ରାୟ ଏକ କିଲୋରୁ ଊର୍ଦ୍ଧ୍ବ ସୁନା ଜବତ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ସେହିପରି ନାରାୟଣପାଟଣା ଅଞ୍ଚଳର ଜଣେ ବ୍ୟକ୍ତି ଉକ୍ତ ସୁନାରୁ ପ୍ରାୟ ଶହେ ଗ୍ରାମ ସୁନା କିଣଥିବା ମଧ୍ୟ ଜଣା ପଡିଥିଲା ବେଳେ ତାଙ୍କୁ ମଧ୍ୟ ଅଟକ ରଖାଯାଇଥିବା ସୂଚନା ମିଳିଛି। କିନ୍ତୁ ପୁଲିସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ।



No comments

Powered by Blogger.