Header Ads

Header ADS

୩ଟି ମଣ୍ଡିରେ ଚଢାଉ କଲା ଯୋଗାଣ ବିଭାଗ, ୯୩ କ୍ବିଣ୍ଟାଲ ଧାନ ଜବତ


ମାଲକାନଗିରି: ମାଲକାନଗିରି ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଜିଲ୍ଲାରେ ଯେଭଳି ମଣ୍ଡି ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକାରୀ ହେବ ସେନେଇ ଜୋରଦାର ଉଦ୍ୟମ ଚଳାଉଥିବା ବେଳେ ବିଭିନ୍ନ ମଣ୍ଡିରେ ଦଲାଲ ମାନେ କିପରି ନିଜର ଧାନକୁ ମଣ୍ଡିରେ ବିକ୍ରି କରିବା ନେଇ ଯୋଜନା କରୁଛନ୍ତି ସେନେଇ ଖବର ପାଇବା ପରେ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କ ନେତୃତ୍ବରେ ଏକ ଟିମ ଚଢାଉ କରି ଧାନ ଜବତ କରିଛି। ମାଲକାନଗିରି ଜିଲ୍ଲାରେ ଚାଲିଥିବା ୬୫ ମଣ୍ଡିରେ ଆଜି ପର୍ଯ୍ୟନ୍ତ ସୁରୁଖୁରୁରେ ଧାନ କିଣା ଚାଲିଥିବା ବେଳେ କାଁଭାଁ ମଣ୍ଡିରେ ଦଲାଲ ମାନେ ସକ୍ରିୟ ହୋଇ ନିଜର ଗଚ୍ଛିତ ଧାନକୁ ବିକ୍ରି କରିବା ପାଇଁ ଯୋଜନା କରୁଛନ୍ତି। ତେବେ ଏନେଇ ଜିଲ୍ଲା ଯୋଗାଣ ବିଭାଗ ସବୁ ମଣ୍ଡି ଉପରେ ନଜର ରଖିଛି। ବିଶେଷସୂତ୍ରରୁ ଖବର ପାଇ ଜିଲ୍ଲା ଯୋଗାଣ ଅଧିକାରୀ କୋରକୋଣ୍ଡା ବ୍ଲକର ନିଲାକାମ୍ବେରୁ ମଣ୍ଡିରେ ଗଙ୍ଗା ମାଡକାମୀ ନାମକ ଚାଷୀ ୨୩.୪୬ କ୍ବିଣ୍ଟାଲ ଧାନ ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ ଧରାପଡିଛନ୍ତି। ସେହିପରି ଖଇରପୁଟ ବ୍ଲକର ଖଇରପୁଟ ମଣ୍ଡିରେ ଦାମୋଦର ଦୋରା ନାମକ ଚାଷୀ ୪୫ କ୍ବିଣ୍ଟାଲ ଧାନ ବିକ୍ରି କରୁଥିବା ବେଳେ ଧରାପଡିଥିବା ବେଳେ ଗୋବିନ୍ଦପାଲ୍ଲୀ ମଣ୍ଡିରେ ଭୀମ ଦୁରଲା ନମକ ଚାଷୀ ୩୦ କ୍ବିଣ୍ଟାଲ ଧାନ ବିକ୍ରି କରିଥିବା ବେଳେ ବିଭାଗ ଚଢାଉ କରି ଧାନକୁ ଜବତ କରିଛି। ତେବେ ତିନୋଟି ସ୍ଥାନରୁ ମୋଟ ୯୩ କ୍ବିଣ୍ଟାଲ ଧାନ ଜବତ କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ ପ୍ରକାଶ କରିଛନ୍ତି। ତେବେ ଏଥିରୁ ଜଣାପଡୁଛି ଯେ ଦୁର୍ଗମ ଅଞ୍ଚଳରେ ଚାଲିଥିବା ମଣ୍ଡିରେ କିପରି ଧାନକୁ ଦଲାଲ ମାନେ ସହଜରେ ବିକ୍ରି କରୁଛନ୍ତି ତାହା ପ୍ରଶାସନ ନଜରକୁ ଆସୁନାହିଁ। ତେବେ ଯେଉଁ ଖବର ପ୍ରଶାସନ ନିକଟକୁ ଆସୁଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି।

Sambad

ପ୍ରକାଶଥାଉ କି, ଗତ କିଛିଦିନ ତଳେ କୋରକୋଣ୍ଡା ବ୍ଲକର ପିତାକଟା ମଣ୍ଡିରେ ଇର୍ମା ପଡିଆମି ନାମକ ଚାଷୀକୁ ଦଲାଲ ମଣ୍ଡିରେ ଛିଡା କରି ୬୩.୯୧ କ୍ବିଣ୍ଟାଲ ଧାନ ବିକ୍ରି କରିବାକୁ ଚେଷ୍ଟା କରୁଥିଲେ। ସେହିପରି ଏନ. ଧାରବତ ନାମକ ବ୍ୟକ୍ତି ମଧ୍ୟ ୧୯.୯୭ କ୍ବିଣ୍ଟାଲ ଧାନ ବିକ୍ରି କରିବା ନେଇ ମଣ୍ଡିରେ ଉପସ୍ଥିତ ଥିଲା। ତେବ ଏହି ଦୁଇ ବ୍ୟକ୍ତିଙ୍କୁ ଯେତେବେଳେ ଯୋଗାଣ ଅଧିକାରୀ ଏବଂ ଟିମ ଚଢାଉ କରି ପଚରାଉଚରା କରିଥିଲା, ଏମାନେ ଏହି ଧାନ କେଉଁଠୁ ଆସିଲା କିଛି କହି ପାରିନଥିଲେ। ତେବେ ଏମାନଙ୍କ ପଛରେ ଦଲାଲଙ୍କ ହାତ ଥିବା ଯୋଗାଣ ବିଭାଗ ଜାଣିପାରିଥିଲା।ମଣ୍ଡି ଆରମ୍ଭ ପୂର୍ବରୁ ଗରିବ ଚାଷୀଙ୍କ ଠାରୁ କମ୍ ଦରରେ ଧାନ ଖରିଦ କରି ଧାନ ଚାଷ କରି ପାରିନଥିବା ଚାଷୀଙ୍କୁ ଧରି ସେମାନଙ୍କ ନାମରେ ପଞ୍ଜିକରଣ କରି ଟୋକେନ ପାଇବା ପରେ ଧାନକୁ ବିକ୍ରି କରିଥାନ୍ତି। ତେବେ ଯୋଗାଣ ବିଭାଗ ଦୁଇଥର ଚଢାଉ କରି ମୋଟ ୧୭୬ କ୍ବିଣ୍ଟାଲ ଧାନକୁ ଜବତ କରିବା ପରେ ଏହି ଧାନ ଗୁଡିକକୁ ବିଭିନ୍ନ ମିଲକୁ ପଠାଇ ଦେଇଥିବା ଜଣାପଡିଛି। ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ରଥ ପ୍ରକାଶ କରିଛନ୍ତି। ତେବେ ଅନ୍ୟ ଦୁର୍ଗମ ମଣ୍ଡି ଗୁଡାକରେ ମଧ୍ୟ ଚଢାଉ କରାଗଲେ ବହୁ ଦଲାଲ ଧରାପଡିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛS

The post ୩ଟି ମଣ୍ଡିରେ ଚଢାଉ କଲା ଯୋଗାଣ ବିଭାଗ, ୯୩ କ୍ବିଣ୍ଟାଲ ଧାନ ଜବତ first appeared on Sambad.

No comments

Powered by Blogger.