Header Ads

Header ADS

ପରିତ୍ୟକ୍ତ ଘରୁ ୧୧ କ୍ବିଣ୍ଟାଲ ଗଞ୍ଜେଇ ଜବତ


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପୁଣି ଏକ ବଡ଼ଧରଣର ଗଞ୍ଜେଇ ଚାଲାଣ ରାକେଟ୍‌ ଠାବ କରିଛି। ଉତ୍ତରପ୍ରଦେଶ ଚାଲାଣ ପୂର୍ବରୁ ଅବକାରୀ ବିଭାଗ ଲାଞ୍ଜିପଲ୍ଲୀ ବାଇପାସ୍‌ ଜାତୀୟ ରାଜପଥ କଡ଼ରେ ଥିବା ଏକ ପରିତ୍ୟକ୍ତ ଘରେ ଚଢ଼ାଉ କରି ୧୧କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ବୋଲି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିସନର୍‌ ରାଜେନ୍ଦ୍ର କୁମାର ଭତ୍ରା ସୂଚନା ଦେଇଛନ୍ତି। ଲାଞ୍ଜିପଲ୍ଲୀ ବାଇପାସ୍‌ ଜାତୀୟ ରାଜପଥ ସମ୍ରାଟ ଢାବା ପଛରେ ଥିବା ଶିବଶକ୍ତି ନଗର ୧୦ ଲାଇନ ଠାରେ ଏକ ପରିତ୍ୟକ୍ତ ଘରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ଥିବା ଖବର ମିଳିଥିଲା। ଖବର ମିଳିବା ମାତ୍ରେ ଅବକାରୀ କମିସନର ଆଶିଷ କୁମାର ସିଂହଙ୍କ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କ୍ରମେ ଏକ ଟିମ୍‌ ଆଜି ଭୋରରେ ସେହି ଘରେ ଚଢ଼‌ାଉ କରିଥିଲା। ଯାଞ୍ଚ ପରେ ସେହି ଘରୁ ପ୍ଲାଷ୍ଟିକ ବସ୍ତାରେ ଭର୍ତ୍ତି ରହିଥିବା ବିପୁଳ ପରିମାଣ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଗଞ୍ଜେଇ ଗଜପତି ଜିଲ୍ଲା ଅଡ଼ବାରୁ ଅଣାଯାଇ ଉତ୍ତରପ୍ରଦେଶକୁ ଚାଲାଣ ପାଇଁ ରଖାଯାଇଥିଲା ବୋଲି ଜଣାପଡ଼ିଛି।

ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲା। ଗିରଫ ଅଭିଯୁକ୍ତ ଜଣକ ଅଡ଼ବା ଅଞ୍ଚଳର ଜିତେନ୍ଦ୍ର ଉଠାଣସିଂହ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଏହି କାରବାର ପଛରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି। ଚଢ଼ାଉରେ ଅବକାରୀ ଗୁଇନ୍ଦା ବିଭାଗ ଇନ୍‌ସ୍ପେକ୍ଟର୍‌ ହୃଦୟ ଚନ୍ଦ୍ର ସାମନ୍ତ, ଏସ୍‌ଆଇ ବିଶ୍ବଜିତ ଦାଶ, ଏଏସ୍‌ଆଇ ବ୍ରଜବିହାରୀ ନାୟକ ପ୍ରମୁଖ ସାମିଲ ଥିଲେ।

The post ପରିତ୍ୟକ୍ତ ଘରୁ ୧୧ କ୍ବିଣ୍ଟାଲ ଗଞ୍ଜେଇ ଜବତ first appeared on Sambad.

No comments

Powered by Blogger.