Header Ads

Header ADS

ତୁରେଇକେଲା ବ୍ଲକରେ ହଳନଭଟା ସମିତିସଭ୍ୟା ପ୍ରାର୍ଥୀପତ୍ର ବୈଧତାକୁ ନେଇ ଚାପା ଉତେଜନା

କଣ୍ଟାବାଞ୍ଜି: ତୁରେଇକେଲା ବ୍ଲକର ୧୯ ଗୋଟି ଗ୍ରାମପଞ୍ଚାୟତରେ ୱାର୍ଡମେମ୍ବର ପାଇଁ ୩୪୫ ଜଣ ପ୍ରାର୍ଥୀପତ୍ର ଦାଖଲ କରି ଥିବାବେଳେ ୧୦ ଜଣଙ୍କର ପ୍ରାର୍ଥୀପତ୍ର ଯାଞ୍ଚବେଳେ ନାକଚ ହୋଇଯାଇଥିବା ଓ ୯ଟି ୱାର୍ଡ ପାଇଁ କେହି ଜଣେ ହେଲେ ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ୱାର୍ଡ ପଦବୀ ଖାଲି ପଡିଛି। ୧୩୧ ଜଣ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୩ ଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଥିବା।

ସମିତିସଭ୍ୟ ପାଇଁ ୧୪୩ ଜଣ ପ୍ରାର୍ଥୀ ୧୯ ଗୋଟି ପଂଚାୟତରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଧାମଂଡଙ୍ଗା ପଂଚାୟତର ଜ୍ୟୋତି ତାଣ୍ଡିଙ୍କର ବୟସ ସୀମା କମ ଥିବା ଯୋଗୁଁ ଅନ୍ୟ ପ୍ରାର୍ଥୀଙ୍କ ଅଭିଯୋଗ କ୍ରମେ ନିର୍ବାଚନ ଅଧିକାରୀ ନାକଚ କରିଥିବା ଜଣାପଡିଛି। ଅନ୍ୟ ଏକ ଘଟଣା କ୍ରମରେ ହଳନଭଟା ଗ୍ରାମପଞ୍ଚାୟତରେ ୬ ଜଣ ପାର୍ଥି ସମିତିସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଫଗୁନି ତାଣ୍ଡିଙ୍କର ପ୍ରାର୍ଥୀପତ୍ର କାୟମକୁ ନେଇ ଅନ୍ୟ ପ୍ରାର୍ଥୀମାନେ ବିରୋଧ କରିବାରୁ ବ୍ଲକ କାର୍ଯ୍ୟାଳୟ ବାହାରେ ଅଭିଯୋଗକାରୀଙ୍କ ସମର୍ଥକ ମଧ୍ୟରେ ଚପା ଉତ୍ତେଜନା ସୃଷ୍ଟି ହୋଇଥିଲା।



No comments

Powered by Blogger.