Header Ads

Header ADS

ନାମାଙ୍କନପତ୍ର ନାକଚ, ଜିଲା ପରିଷଦ ସଭ୍ୟ ପାଇଁ ଜାଲିଆତି ହୋଇଛି ବିଜେପି ଟିକଟ!

ଆଠଗଡ: ଆଠଗଡ ୧ନଂ ଜିଲ୍ଲା ପରିଷଦ ସଭ୍ୟ ଆସନରେ ବିଜେପି ଦଳୀୟ ଟିକଟ ଜାଲ କରାଯାଇଥିବା ଯାଞ୍ଚ ବେଳେ ଜଣାପଡ଼ିବାରୁ ନାମାଙ୍କନ ନାକଚ ହୋଇଯାଇଛି ବୋଲି ବିଜେପି ଦଳୀୟ ପ୍ରାର୍ଥୀନୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ୧ନଂ ଜୋନରେ ଭାରତୀୟ ଜନତା ପାର୍ଟିର ଦଳୀୟ ଟିକଟ ସହିତ ଗତ ୨୦ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ କରିଥିବା ମିନାକ୍ଷୀ ଜେନାଙ୍କ ଦଳୀୟ ଟିକଟକୁ ଦଳ ପ୍ରତ୍ୟାହାର କରି ଅନ୍ୟତମ ଆଶାୟୀ ପ୍ରାର୍ଥୀନୀ ସନ୍ତୋଷିନୀ ଜେନାଙ୍କୁ ଶେଷ ଦିନରେ ଦଳୀୟ ଟିକଟ ସହିତ ପ୍ରଥମ ପ୍ରାର୍ଥୀନୀଙ୍କର ଟିକଟ ପ୍ରତ୍ୟାହାର ହୋଇଥିବା ନେଇ ଦଳ ପକ୍ଷରୁ ଏକ ପତ୍ର ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ତେଣୁ ଶନିବାର ୨୨ତାରିଖ ଦିନ ଯାଞ୍ଚ ବେଳେ ପ୍ରଥମେ ବିଜେପି ଦଳୀୟ ଟିକଟ ସହିତ ପ୍ରାର୍ଥୀପତ୍ର ଦାଖଲ କରିଥିବା ମିନାକ୍ଷୀ ଜେନାଙ୍କର ନାମାଙ୍କନ ନାକଚ ହୋଇଯାଇଥିଲା। ଏହା ବିରୋଧରେ ରବିବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି ପ୍ରାର୍ଥୀନୀ ମିନାକ୍ଷୀ ଜେନା ଶେଷ ଦିନରେ ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ କରିଥିବା ସନ୍ତୋଷିନୀ ଜେନା ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିବା ଦଳୀୟ ଟିକଟ ଓ ପ୍ରତ୍ୟାହାର ପତ୍ର ଜାଲିଆତି ବା ଜାଲ କରାଯାଇଥିବା ଅଭିଯୋଗ କରିଛନ୍ତି।

 

ଦଳର ଜଣେ ଶୃଙ୍ଖଳିତ ସଭ୍ୟା ଭାବେ ଦୀର୍ଘଦିନ ଦଳର ସାଂଗଠନିକ କାର୍ଯ୍ୟ କରିଆସୁଥିବାରୁ ଦଳ ପକ୍ଷରୁ ନାମାନଙ୍କନର ଶେଷ ଦିନ ଯଥେଷ୍ଟ ପୂର୍ବରୁ ଦଳୀୟ ଟିକେଟ ଦିଆଯାଇଥିଲା ବୋଲି ଶ୍ରୀମତୀ ଜେନା ପ୍ରକାଶ କରିଥିଲେ। ତେବେ କିଛି ଖଳ ପ୍ରକୃତିର ଲୋକ ତାଙ୍କର ବିଜୟ ସମ୍ଭାବନା ଅଧିକ ଥିବାରୁ ସ୍ଥାନୀୟ କିଛି ନେତାଙ୍କ ଷଡଯନ୍ତ୍ର ଓ ପ୍ରରୋଚନାରେ ଏହି ଟିକଟ ଜାଲିଆତି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସେ ଲିଖିତ ଭାବେ ନିର୍ବାଚନ ଅଧିକାରୀ ଓ ଉପଜିଲ୍ଲାପାଳଙ୍କୁ ତତ୍‍କ୍ଷଣାତ୍‍ ଜଣାଇଥିଲେ ମଧ୍ୟ ଉପଜିଲ୍ଲାପାଳ ସତ୍ୟତା ଯାଞ୍ଚ ନକରି ତୁରନ୍ତ ଆମ ପ୍ରାର୍ଥୀପତ୍ର ନାକଚ କରିବା ସନ୍ଦେହଜନକ ଓ ତଦନ୍ତ ସାପେକ୍ଷ ବୋଲି ଶ୍ରୀମତୀ ଜେନା କହିବା ସହ ଏହା ବିରୁଦ୍ଧରେ ସେ ଆଇନର ଆଶ୍ରୟ ନେବେ ବୋଲି ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ତାଙ୍କର କିଛି ସମର୍ଥକ ଓ ଆଇନଜୀବୀ ଉପସ୍ଥିତ ଥିଲେ।



No comments

Powered by Blogger.