Header Ads

Header ADS

ରଗଡ଼଼ି ବୈାଦ୍ଧ ବିହାର ପରିଦର୍ଶନ କଲେ ଜାପାନ ବୈାଦ୍ଧ ଭିକ୍ଷୁ

ବାଙ୍କୀ: ଡମପଡ଼ା ବ୍ଲକ ରଗଡ଼଼ି ପଞ୍ଚାୟତରେ ଥିବା ବୈାଦ୍ଧ ବିହାରକୁ ଜାପାନର ବୈାଦ୍ଧ ଭିକ୍ଷୁ ଜୁନ୍‍ସେଇ ଟେରାସାଓା ପରିଦର୍ଶନ କରିଛନ୍ତି। ଏଠାରେ ଥିବା ବୈାଦ୍ଧ ଧୃମ ଓ ବୈାଦ୍ଧ କ୍ଷେତକୁ ପରିଦର୍ଶନ କରି ନିଜର ସନ୍ତୋଷ ପ୍ରକାଶ କରିବା ସହିତ ବସବାସ କରୁଥିବା ବୈାଦ୍ଧ ପରିବାରକୁ ପରିଭ୍ରମଣ କରିଛନ୍ତି। ଏହି ଅବସରରେ ବୈାଦ୍ଧ ବିହାର ପରିସରରେ ବୈାଦ୍ଧ ଧର୍ମାବଲମ୍ବୀ, ଉପାସକମାନଙ୍କୁ ବୈାଦ୍ଧ ଧର୍ମ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ପରମ୍ପରାକୁ ରଗଡ଼଼ି, ନୂଆପାଟଣା, ମାଣିଆବନ୍ଧ ପ୍ରଭୃତି ଗ୍ରାମରେ ବୈାଦ୍ଧ ବାର୍ତ୍ତା ପ୍ରଚାର ପାଇଁ ଉପଦେଶ ଓ ପରାମର୍ଶ ଦେଇଛନ୍ତି। ରଗଡ଼଼ି ବୈାଦ୍ଧ ସଂଘର ସଭାପତି ମାୟାଧର ମହାପାତ୍ର, ସମ୍ପାଦକ ତ୍ରିଲୋଚନ ମହାପାତ୍ର, ଅକ୍ଷୟ ମହାପାତ୍ର, ସନାତନ ମହାପାତ୍ର, ଦାଶରଥୀ ମହାପାତ୍ର, କୃଷ୍ଣଚନ୍ଦ୍ର ପାତ୍ର, ବଳରାମ ନାହା, ଜୟନ୍ତ ମହାପାତ୍ର, ପୂର୍ବତନ ସରପଞ୍ଚ ଭାଗିରଥୀ ପାଣୀ, ବିଜୟଲକ୍ଷ୍ମୀ ପାଣି, ନୂଆପାଟଣା ବୈାଦ୍ଧ ସଂଘ ସମ୍ପାଦକ ନିରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।



No comments

Powered by Blogger.