ସୋଲାର ସାମଗ୍ରୀ ଚୋରୀ ଅଭିଯୋଗରେ ୨ ଗିରଫ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ନିକଟରେ ଏକ ଜଳଖିଆ ଦୋକାନ କରିଥିବା ଜନୈକ ବ୍ୟକ୍ତିଙ୍କ ଦୋକାନ ପଛ ପଟୁ ଗତରାତି ସାଢ଼େ ଆଠଟାରୁ ନଅ ଟା ମଧ୍ୟରେ ସୋଲାର ପ୍ଲେଟ ଓ ଏହାର ବ୍ୟାଟେରୀ ଚୋରୀ ହୋଇଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ତୁରୁମୁଙ୍ଗା ଥାନାଧିକାରୀ ମଦନ ମୋହନ ନାୟକ ଘଟଣାର ତଦନ୍ତ କରି ସୋଲାର ସାମଗ୍ରୀ ଚୋରୀ ଅଭିଯୋଗରେ ଦୁଇ ଜଣ ସ୍ଥାନୀୟ ଯୁବକଙ୍କୁ ଆଜି ଗିରଫ କରିଛନ୍ତି। ଗିରଫ ଦ୍ବୟ ତୁରୁମୁଙ୍ଗା ଗ୍ରାମର ବିଶ୍ୱଜିତ୍ ସାହୁ(୨୪) ଓ ତ୍ରିବିନ୍ଧା ଗ୍ରାମର ଚନ୍ଦନ ପାତ୍ର(୨୪) ବୋଲି ଜଣାପଡିଛି। ସେମାନଙ୍କ ଠାରୁ ଚୋରୀ ସୋଲାର ସାମଗ୍ରୀ ଜବତ କରାଯାଇଛି।
No comments