Header Ads

Header ADS

ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ, ଫେବୃୟାରୀ ୧୨କୁ ଘୁଂଚିଲା ପୌର ନିର୍ବାଚନ

କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ କମିଶନ୍‍ ପୌର ନିର୍ବାଚନକୁ ଫେବୃୟାରୀ ୧୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏକ ବିଜ୍ଞପ୍ତିରେ କୁହାଯାଇଛି, ଆସନସୋଲ୍‍, ବିଧାନନଗର, ସିଲିଗୁଡ଼ି ଓ ଚନ୍ଦନନଗର ପୌରପାଳିକା ନିର୍ବାଚନକୁ ଫେବୃୟାରୀ ୧୨ ତାରିଖକୁ ସ୍ଥଗିତ ରଖାଯାଇଛି। ପୂର୍ବରୁ ଏହା ଆସନ୍ତା ୨୨ ତାରିଖରେ ହେବାକୁ କାର୍ଯ୍ୟସୂଚୀ ଥିଲା।ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୌର ନିର୍ବାଚନକୁ ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ବିଚାର କରିବା ପାଇଁ କୋଲକାତା ହାଇକୋର୍ଟ ଗତକାଲି ରାଜ୍ୟ ନିର୍ବାଚନ କମିଶନ୍‍କୁ କହିଥିଲେ।

ରାଜ୍ୟ ନିର୍ବାଚନ କମିଶନ୍‍ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ମତାମତ ଲୋଡ଼ିଥିଲେ ଓ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ କୌଣସି ଅସୁବିଧା ନଥିବା ରାଜ୍ୟ ସରକାର ଜଣାଇଥିଲେ।



No comments

Powered by Blogger.