ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ୬ ଆହତ

ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ନୁନିଆମୁଣ୍ଡା ଛକ ବୁାଣି ନିକଟରେ ଗୁରୁବାର ଏକ ସ୍କୁଟି ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କିନାବଗା ଗ୍ରାମର ସୁଦର୍ଶନ ବାଘ (୩୨), ଭାଣେଜୀ ଝରଣା ନାଏକ (୧୭), ସୀମା ନାଏକ (୧୫) ଓ ତରୁଣା ନାଏକ (୧୫)ଙ୍କୁ ନେଇ ଏକ ସ୍କୁଟିରେ ବାମରା ପଟକୁ ଅସୁଥିଲେ। ବିପରୀତ ଦିଗରୁ ବାମରା ଡୁମେରମୁଣ୍ଡା ଗ୍ରାମର ଦୀପକ ଶର୍ମା (୧୬) ଓ ଶଙ୍କର ଦେହୁରୀ (୨୫) ଏକ ବାଇକରେ କେଛୁପାଣି ଗ୍ରାମକୁ ଯାଉଥିଲେ। ନୁନିଆଁମୁଣ୍ଡା ଛକ ବୁଲାଣିରେ ନିକଟରେ ସ୍କୁଟି ଓ ବାଇକ ମଧ୍ୟରେ ଧକ୍କା ହୋଇଥିଲା।
ଏଥିରେ ସ୍କୁଟି ଚାଳକ ସୁଦର୍ଶନ ଓ ବାଇକରେ ଥିବା ଦୀପକ ଶର୍ମା ଓ ଶଙ୍କର ରାସ୍ତାରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଅନ୍ୟମାନେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ତୁରନ୍ତ ବାମରା ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଗୋବିନ୍ଦପୁର ଥାନା ଏଏସ୍ଆଇ ମନୋଜ ନାୟକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଗୁରୁତର ଆହତ ହୋଇଥିବା ୩ ଜଣଙ୍କୁ ସୁନ୍ଦରଗଡ଼ ଜିଲ୍ଲାରେ ସଦର ଡାକ୍ତରଖାନାକୁ ପଠାଯାଇଛି।
The post ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ୬ ଆହତ first appeared on Sambad.
No comments