Header Ads

Header ADS

ସିଫା ବୈଜ୍ଞାନିକଙ୍କୁ ପ୍ରଫେସର ସମ୍ମାନ


ଧଉଳି: କୌଶଲ୍ୟାଗଙ୍ଗ ସ୍ଥିତ ମତ୍ସ୍ୟରୋଗ ପରିଚାଳନା ବିଭାଗରେ ଗତ ୩ ଦଶନ୍ଧି ଧରି କାର୍ଯ୍ୟରତ ଡଃ. ପ୍ରମୋଦ କୁମାର ସାହୁଙ୍କୁ ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଜାତୀୟ ପ୍ରଫେସର ଉପାଧିରେ ସମ୍ମାନିତ କରିଛନ୍ତି। ଡଃ. ସାହୁ ଜଣେ ବିଶ୍ବ ବିଦିତ ଗବେଷକ ଏବଂ ବୈଜ୍ଞାନିକ। ପ୍ରସିଦ୍ଧ ଷ୍ଟାନଫୋର୍ଡ଼ ବିଶ୍ବ ବିଦ୍ୟାଳୟର ଶତକଡ଼ା ୨ ଭାଗ ବୈଜ୍ଞାନିକ ତାଲିକାରେ ୨୦୨୦/୨୧ ବର୍ଷରେ ରହିଛି। ମାଛର ଜୀବନ ନାଶକ ରୋଗ ଆରଗୁଲସ ରୋଗ ସାରା ବିଶ୍ବରେ ବର୍ତ୍ତମାନ ପରିପ୍ରେକ୍ଷୀରେ ଏକ ଆହ୍ବାନ ହୋଇଥିବା ବେଳେ ଡଃ. ସାହୁଙ୍କ ଗବେଷଣା କରି ସଫଳତା ହାସଲ କରିଛନ୍ତି।

କାର୍ପ ମାଛର ଆରଗୁଲସ ନିୟନ୍ତ୍ରଣ ପାଇଁ ନୋଭେଲ ଟିକାର ବିକାଶ ନେଇ ଏକ ପ୍ରକଳ୍ପରେ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି। ଡଃ. ସାହୁ ଆଇସିଏଆର ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ ଭାବେ ପରିଗଣିତ ହୋଇଛନ୍ତି। ଏହି ଅବସରରେ ସିଫା ଅଡ଼ିଟୋରିୟମରେ ଆୟୋଜିତ ସମାବେଶରେ ନିର୍ଦ୍ଦେଶକ ଡଃ. ସରୋଜ କୁମାର ସ୍ବାଇଁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅଭିନନ୍ଦନ ଜଣାଇଥିଲେ।

The post ସିଫା ବୈଜ୍ଞାନିକଙ୍କୁ ପ୍ରଫେସର ସମ୍ମାନ first appeared on Sambad.

No comments

Powered by Blogger.