Header Ads

Header ADS

ଜିଲ୍ଲାରେ ତୁରନ୍ତ ମଣ୍ଡି ଖୋଲିବାକୁ ନବନିର୍ମାଣ କୃଷକ ସଙ୍ଗଠନର ଦାବି


ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପ୍ୟାକ୍ସରେ ଏଯାଏଁ ଖରିଫ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିନାହିଁ। ଗତକାଲି ମଳିପଡ଼ା ଅଞ୍ଚ ଳରେ ଯେଉଁ ମଣ୍ଡି ଖୋଲିଥିଲା ସେଥିରେ ମଧ୍ୟ ଚାଷୀଙ୍କ ଠାରୁ ଧାନ କିଣାଯାଇନାହିଁ। ଜିଲ୍ଲାରେ ତୁରନ୍ତ ମଣ୍ଡି ଖୋଲିବା ସହ ୪ ଦଫା ଦାବିପତ୍ର ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦିଆଯାଇଛି। ଦାବିପତ୍ର ସମ୍ପର୍କରେ ଜିଲ୍ଲା ସଂଯୋଜକ ରମେଶ କୁମାର ସ୍ୱାଇଁ କହିଛନ୍ତି ଯେ ରାଜ୍ୟ ସରକାର ମଣ୍ଡିରେ ଅନିୟମିତତା ହେଲେ କାର୍ଯ୍ୟାନୁଷ୍ଠାନ କରିବାକୁ ଘୋଷଣା କରିଛନ୍ତି, ଅନ୍ୟପଟେ ଜିଲ୍ଲାରେ ମଣ୍ଡି ଖୋଲୁନଥବା ଓ ମଣ୍ଡି ଖୋଲିଲେ ଚାଷୀଙ୍କ ପ୍ରତି ଅବିଚାର କରାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି। ଧାନମଣ୍ଡିରେ କ୍ବିଣ୍ଟାଲ ପିଛା ୩ ରୁ ୪ କିଲୋଗ୍ରାମ କଟନିଛଟନିକୁ ବନ୍ଦ କରାଯାଉ, ଜମିର ପରିମାଣ ଅନୁସାରେ ଧାନ ବିକ୍ରି କରିବାକୁ ଅନୁମତି, ଅଖା ପାଉଣା ଫେରସ୍ତ ଆଦି ଦାବି ରହିଛି।

ସେମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଚାଷୀ ରାସ୍ତା ଉପରେ ଧାରଣା ଦେବେ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ଓ ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ସାହୁ, ପରମାନନ୍ଦ ପ୍ରଧାନ, ମୋହନ ସାହୁ, ଅନ୍ତର୍ଯାମୀ ବେହେରା, ଶ୍ରୀକାନ୍ତ ଭଞ୍ଜ, ଯମେଶ୍ୱର ନାଟୁଆ, ସୋମନାଥ ମହାପାତ୍ର, ପ୍ରଫୁଲ୍ଲ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

The post ଜିଲ୍ଲାରେ ତୁରନ୍ତ ମଣ୍ଡି ଖୋଲିବାକୁ ନବନିର୍ମାଣ କୃଷକ ସଙ୍ଗଠନର ଦାବି first appeared on Sambad.

No comments

Powered by Blogger.