Header Ads

Header ADS

ଆଠଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ଆଠଗଡ଼: ଆଠଗଡ଼ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସନାତନ ରାୟଙ୍କ ପୌରୋହିତ୍ୟରେ ଅନୁଷ୍ଟିତ ଜୟନ୍ତୀ ଉତ୍ସବରେ ଆଠଗଡ଼ କର୍ତ୍ତବ୍ୟରତ ସାମ୍ବାଦିକମାନେ ଯୋଗଦେଇ ନେତାଜୀଙ୍କର ଜୀବନୀ ସଂପର୍କରେ ଆଲୋଚନା କରିବା ସହ ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅବଦାନ ଓ ବଳିଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ସାମ୍ବାଦିକ ଯଶୋବନ୍ତ ବାରିକ, ପତିତପାବନ ରାଉତ, ସତ୍ୟପ୍ରସାଦ ରଥ, ବିଭୂତି ଭୂଷଣ ଖଟୁଆ, ବିରୁପାକ୍ଷ ପ୍ରଧାନ, ନିଳକଣ୍ଠ ଦୋରା, ମନୋରଞ୍ଜନ ମହାନ୍ତି, ମନୋରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।



No comments

Powered by Blogger.