Header Ads

Header ADS

ସ୍ୱାସ୍ଥ୍ୟରକ୍ଷା ସଚେତନତା ଶିବିର

ଚୌଦ୍ୱାର: ସ୍ଥାନୀୟ ଶିଶୁ ସଦନରେ ସ୍ୱାସ୍ଥ୍ୟରକ୍ଷା, ପରିମଳ ବ୍ୟବସ୍ଥା ଓ କରୋନା ସୁରକ୍ଷା ସମ୍ପର୍କିତ ଏକ ଦିବସୀୟ ଶିବିର ଅନୁଷ୍ଠିିତ ହୋଇ ଯାଇଛି। ହିନ୍ଦ୍‍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଶିବିରରେ ଚୌଦ୍ୱାର ସହରାଞ୍ଚଳ ହସପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଡା. ରବୀନ୍ଦ୍ର କୁମାର ମହାପାତ୍ର ଅତିଥି ଭାବେ ଯୋଗଦେଇ କରୋନା ରୋଗର ଭୟାବହତା ଓ ଏଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଶିଶୁସଦନର ପିଲା ଓ କର୍ମୀ ମାନଙ୍କୁ ବୁଝାଇଥିଲେ। ସଂଘର ଆଜୀବନ ସଦସ୍ୟ ଗଙ୍ଗାଧର ସାହୁ, ଫାର୍ମାଶିଷ୍ଟ ସଂଜୟ କୁମାର ସ୍ୱାଇଁ, ପରିଚାଳକ ସୀମାନ୍ତ ନାୟକ ପ୍ରମୁଖ ବ୍ୟକ୍ତିଗତ ସ୍ୱଚ୍ଛତା, ଜଳ ବିଶୁଦ୍ଧିକରଣ, ପରିମଳ ବ୍ୟବସ୍ଥା, ସାନିଟେସନ୍‍ ଆଦି ସମ୍ପର୍କରେ ଶିବିରାର୍ଥୀମାନଙ୍କୁ ସଚେତନ କରିଥିଲେ। ଶିଶୁସଦନର ସ୍ୱାସ୍ଥ୍ୟ ରକ୍ଷା ଦାୟିତ୍ୱରେ ଥିବା ଫାର୍ମଶିଷ୍ଟ ଗୌତମ ବାରିକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁସଦନର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ। ଏହି ଅବସରରେ ପିଲା ମାନଙ୍କୁ ତୁଣ୍ଡି, ବିଶୋଧକ, ସାବୁନ୍‍ ଆଦି ବିତରଣ କରାଯାଇଥିଲା।



No comments

Powered by Blogger.