ଚୌଦ୍ୱାର କଲେଜରେ କୋଭିଡ ଟିକାକରଣ

ଚୌଦ୍ୱାର: ଚୌଦ୍ୱାର ମହାବିଦ୍ୟାଳୟର +୨ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ (୧୫ ବର୍ଷରୁ ୧୮ ବର୍ଷ) କୋଭାକ୍ସିନ୍ ଟିକା ପ୍ରଦାନ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ କଲେଜ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ଦେବତାଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ମୋଟ ୫୦ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଡୋଜ ଟିକା ଦାନ କରାଯାଇଥିଲା। ଟାଙ୍ଗୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମକର୍ତ୍ତାମାନେ କଲେଜ ପରିସରରେ ଟିକାଦାନ କରିଥିଲେ। ପ୍ରାଧ୍ୟାପକ ଶରତ କୁମାର ମଲ୍ଲିକ, ପ୍ରଭାକର ମିଶ୍ର, ସୁମନ୍ତ ସାହୁ, ବୈଦ୍ୟନାଥ ନାୟକ, ଦିଲ୍ଲିପ ସାମଲ, ଅଶୋକ ଦାସ, ସୁର୍ଯ୍ୟକାନ୍ତ ସାହୁ, ପରେଶ ବେଉରା, ରଶ୍ମି ରଞ୍ଜନ ମଙ୍ଗରାଜ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
No comments