ବିକାଶର ବାସ୍ତବତା ବଖାଣୁଛି ଲରମ୍ଭା ଗଉରପଡା

ରେଙ୍ଗାଲିକେମ୍ପ: ବରଗଡ଼ ଜିଲ୍ଲା ଭିତରେ ଅତାବିରା ବ୍ଲକର ଲରମ୍ଭା ପଞ୍ଚାୟତରେ ରହିଛି ୧୧ନମ୍ବର ୱାର୍ଡ଼ ଗୌରପଡା। ବସତି ସ୍ଥାପନର ଶହେ ବର୍ଷ ପରେ ମଧ୍ୟ ଯେଉଁଠି ବିକାଶ ସlତ ସପନ ହୋଇ ରହିଛି। ପଡ଼ାରୁ ପଞ୍ଚାୟତ କୁ ଯିବା ପାଇଁ ରାସ୍ତାଟିଏ ନାହିଁ।ଯଦ୍ୱାରା ସ୍କୁଲ ପିଲାମାନେ ସ୍କୁଲ୍ ଯିବା ପାଇଁ ତଥା ବୃଦ୍ଧ ବୃଦ୍ଧାମାନେ ଭତ୍ତା ନେବା ପାଇଁ ହେଉ ସାମାନ୍ୟ୍ ବର୍ଷାରେ ଆଣ୍ଠୁଏ କାଦୁଅରେ ଯିବାକୁ ପଡ଼ିଥାଏ। ସେହିପରି ପାନୀୟ ଜଳ ଠାରୁ ଆରମ୍ଭ କରି ଆବାସ ଘର, ଭତ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ପଡ଼ାରେ ୧୦୦ରୁ ଅଧିକ ପରିବାର ବସବାସ କରି ଆସୁଥିବା ବେଳେ ଅଞ୍ଚଳଟି କୃଷି ପ୍ରଧାନ ଅଞ୍ଚଳ। ଏଠାକାର ଲୋକେ ଖଟିଖିଆ, ଦିନ ମଜୁରିଆ ଭାବେ କୁଲିମଜୁରୀ କରି ନିଜର ପେଟ ପାଟଣା ସହ ପରିବାର ପୋଷଣ କରନ୍ତି।
ପାନୀୟ ଜଳ ସକାଶେ ପଡ଼ାରେ ଦୁଇଟି ନଳକୂପ ରହିଛି। ନଳକୂପରୁ ମଇଳା ପାଣି ବାହାରି ଲୋକଙ୍କ ବ୍ୟବହାର ଯୋଗ୍ୟ ହେଉ ନାହିଁ। ଏକ ମାାତ୍ର ନଳକୂପର ପାଣି ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ହୋଇଛି। ବାଧ୍ୟହୋଇ ବହୁ ପୁରୁଣା ନଳକୁପର ଲୁୁହା ମିଶ୍ରିତ ପାଣି ପିଇ ଲୋକେ ରୋଗାକ୍ରାନ୍ତ ହେଉଥିବା ପଡାବାସି କୁହନ୍ତି। ଅତାବିରା ନିର୍ବାଚନ ମଣ୍ଡଳୀରେ ସରକାରୀ ସ୍ତରରେ ଅନେକ ଯୋଜନା ପ୍ରସ୍ତୁତ କରାଯାଇ ରାସ୍ତା ଉପରେ ରାସ୍ତା ତିଆରି ହେଉଛି। ରାତିରେ ରାସ୍ତା ନ ଥିବା କିନ୍ତୁ ଭୂତ ଆସି ତିଆରି କଲା ପରି ସକାଳ ପ।ହିଲା ବେଳକୁ ରାସ୍ତା ଚକ୍ ଚକ୍କ କରୁଛି। ହେଲେ ବାରମ୍ବାର ଏହି ପଡ଼ାବାସୀ ଅଭିଯୋଗ କରି ଆସୁଥିଲେ ମଧ୍ୟ ଆଜି ଯାଏ ପିଲାାଙ୍କ ସ୍କୁଲ୍ ଯିବା ପାଇଁ ରାସ୍ତାଟିଏ ନାହିଁ, ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଗଣ୍ଡେ ନାହିଁ କି ଆବାସ ଯୋଜନାରୁ ଘର ଖଣ୍ଡେ ନାହିଁ ବୋଲି ଦୁୁଃଖ ଭରା କଣ୍ଠରେ ପଡ଼ାବାସୀ କହନ୍ତି।
No comments