Header Ads

Header ADS

ଓପିଟିସିଏଲ୍‌ରେ ଇଞ୍ଜିନିୟର ଦିବସ ପାଳିତ


ଭୁବନେଶ୍ୱର : ଭାରତ ରତ୍ନ ସାର୍ ଏମ୍ ବିଶ୍ୱେଶ୍ୱରାୟଙ୍କ ୧୬୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଓପିଟିସିଏଲ୍‌ର ଚନ୍ଦକାସ୍ଥିତ ଶକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ଇଞ୍ଜିନିୟର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ କଂପାନୀର ପରିଚାଳନା ନିର୍ଦ୍ଦେଶକ  ସଂଜୟ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଗ୍ରୀଡକୋ ପରିଚାଳନା ନିର୍ଦ୍ଦେଶକ  ତ୍ରିଲୋଚନ ପଣ୍ଡା ଏବଂ ମୁଖ୍ୟବକ୍ତା ଭାବେ ଏନ୍.ଆଇ.ଟିର ପୂର୍ବତନ ନିର୍ଦ୍ଦେଶକ ସୁନୀଲ କୁମାର ଷଡ଼ଙ୍ଗୀ ଯୋଗ ଦେଇ ଉପସ୍ଥିତ ଇଞ୍ଜିନିୟରମାନଙ୍କୁ ଉଦବୋଧନ ଦେଇଥିଲେ ।

ଇଞ୍ଜିନିୟରମାନେ ସମସ୍ୟାର ସମାଧାନ ବାହାର କରିଥାନ୍ତି । ଦେଶରେ ଅର୍ଥନୈତିକ ତଥା ସାମଗ୍ରିକ ବିକାଶ ପାଇଁ ବିଦ୍ୟୁତ୍ ଶକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଇଞ୍ଜିନିୟରମାନେ ଦେଶର ବିକାଶର ମଙ୍ଗ ଧରିଛନ୍ତି । ଇଞ୍ଜିନିୟରମାନେ ସକାରାତ୍ମକ ମନୋଭାବ ରଖି କାମ କରିଲେ ତାହାହିଁ ସାର୍ ବିଶ୍ୱେଶ୍ୱରାୟଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ।

ନିଜ କର୍ମ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ୨୦ ଜଣ ଇଞ୍ଜିନିୟରଙ୍କୁ ଶ୍ରେଷ୍ଠ ଇଞ୍ଜିନିୟର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମହାପ୍ରବନ୍ଧକ ଅନୀତା ମହାପାତ୍ରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ସୁପରିଚାଳିତ ହୋଇଥିଲା ।

The post ଓପିଟିସିଏଲ୍‌ରେ ଇଞ୍ଜିନିୟର ଦିବସ ପାଳିତ first appeared on Sambad.

No comments

Powered by Blogger.