Header Ads

Header ADS

ମୁଖ୍ୟମନ୍ତ୍ରୀ ଆସିବେ ବୋଲି ଖୋଳିଥିବା ଗାତ ଅଭିଯୋଗ ପରେ ପୋତିଲେ


ପାଟଣାଗଡ଼ : ପାଟଣାଗଡ଼କୁ ଆସନ୍ତା ୨୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପାଟଣାଗଡ଼ ରମାଇଁ ହାଇସ୍କୁଲ ଖେଳପଡ଼ିଆର ବିଭିନ୍ନ ସ୍ଥାନରେ ଗାତ ଓ ସ୍ଥାୟୀ ଷ୍ଟେଜ କରାଯିବାକୁ ଗାତ ଖୋଳା ଯାଇଥିଲା। ହେଲେ ଏ ସଂପର୍କରେ ଅଭିଯୋଗ ହେବାରୁ ଗାତକୁ ପୋତି ଦିଆଯାଇଛି।

ସେହିପରି ‌ସ୍ଥାୟୀ ‌ଷ୍ଟେଜ ତିଆରି କରାଯିବା ପାଇଁ ନିର୍ଦ୍ଧାରିତ ସ୍ଥାନ ପାଖରେ ଥିବା ବିରାଟ ଆମ୍ବ ଗଛର ବଡ଼ ବଡ଼ ଡାଳ ମଧ୍ୟ କାଟି ଦିଆଯାଇଛି। ଏସବୁ ଦେଖି କିଛି ବ୍ୟକ୍ତି ଓ ଖେଳାଳି ଅଭିଯୋଗ କରିଥିଲେ। ପରେ ସମ୍ପୃକ୍ତ ସ୍ଥାନରେ ଖୋଳା ଯାଇଥିବା ଗାତଗୁଡ଼ିକୁ ପୋତି ଦିଆଯାଇଛି। ଅପରପକ୍ଷରେ ଏହି ଖେଳପଡ଼ିଆ ଠାରେ ହେବାକୁ ଥିବା ସ୍ଥାୟୀ ଷ୍ଟେଜକୁ ବନ୍ଦ କରିବା ସହ ‌ପଡ଼ିଆରେ ଏକ ଅସ୍ଥାୟୀ ଷ୍ଟେଜ କରାଯିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା କହିଛନ୍ତି ପିଡବ୍ଲୁଡି ସହକାରୀ ନିର୍ବାହୀ ଯନ୍ତ୍ରୀ।

The post ମୁଖ୍ୟମନ୍ତ୍ରୀ ଆସିବେ ବୋଲି ଖୋଳିଥିବା ଗାତ ଅଭିଯୋଗ ପରେ ପୋତିଲେ first appeared on Sambad.

No comments

Powered by Blogger.