Header Ads

Header ADS

ବିଶିଷ୍ଟ ସାହିତ୍ୟିକ ତଥା ସମାଜସେବୀ ମନୋରମା ମହାପାତ୍ରଙ୍କ ବିୟୋଗରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଶୋକ

ଭୁବନେଶ୍ୱର:ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶିକ୍ଷାବିତ ତଥା ସମାଜ ଖବର କାଗଜର ପୂର୍ବତନ ସମ୍ପାଦକ ଭାବେ ସୁପରିଚିତ ଶ୍ରୀମତୀ ମନୋରମା ମହାପାତ୍ରଙ୍କ ବିୟୋଗରେ ଇସ୍ପାତ ଓ ଖଣି, ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀମତୀ ମହାପାତ୍ରଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ବିରାଟ କ୍ଷତି ବୋଲି ନିଜ ଶୋକ ବାର୍ତ୍ତାରେ ପ୍ରକାଶ କରିବା ସହ ସମାଜ ଖବର କାଗଜରେ ତାଙ୍କ ସମ୍ପାଦକୀୟ ସେ ସମୟରେ ସମସ୍ତଙ୍କୁ ଏକ ନୂଆ ଦିଶା ପ୍ରଦାନ କରୁଥିଲା ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି। ସାହିତ୍ୟ ସାଧନା, ସମାଜସେବା ଓ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କ ମହତ୍ୱପୂର୍ଣ୍ଣ ଅବଦାନ ସଦା ସ୍ମରଣୀୟ ହୋଇ ରହିବେ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଅବିହିତ କରିଛନ୍ତି। ଏଥି ସହ ମନ୍ତ୍ରୀ ଶ୍ରୀମତୀ ମହାପାତ୍ରଙ୍କ ଅମର ଆତ୍ମାର ସଦଗତି କାମନା ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।



No comments

Powered by Blogger.