Header Ads

Header ADS

କୋଟିଏ ଖର୍ଚ୍ଚ ହୋଇଥିଲା, ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜଙ୍ଗଲ ପାଲଟିଛି ବଟାନିକାଲ ଗାର୍ଡ‌େନ


କୋରାପୁଟ: ଲକ୍ଷ୍ୟ ଥିଲା ବିଜ୍ଞାନକୁ ବ୍ୟବହାର କରି ପର୍ଯ୍ୟଟକକୁ ଆକୃଷ୍ଟ କରିବା। ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକ ଯେପରି ଭାବେ କୋରାପୁଟ ଜିଲ୍ଲାକୁ ନ ଭୁଲିବେ ସେଥିପାଇଁ ପ୍ରକୃତିର ଶୋଭା ସହ ନିର୍ମାଣ ହୋଇଥିଲା ବଟାନିକାଲ ଗାର୍ଡ‌େନ। ରହିଥିଲା ଭଳିକି ଭଳି ଜୀବଯନ୍ତୁଙ୍କ ଅବିକଳ ପ୍ରତିମୂର୍ତ୍ତି। ଏହାସହ ଭୋଜିଭାତ କରିବାକୁ ୩୦ରୁ ଅଧିକ ପିଣ୍ଡି ରହିଥିଲା। ‌ହେଲେ ଦୁଇବର୍ଷ ହେଲା ଏହାର ରକ୍ଷଣାବେକ୍ଷଣ କରା ନ ଯିବାରୁ ମାଟିରେ ମିଶି ସାରିଛି। ଏବେ ଏହିଠାରେ ୧୦ଫୁଟ ଉଚ୍ଚର ଅରମା ଜଙ୍ଗଲ ହୋଇଥିବାବେଳେ ପିଣ୍ଡିର ନାଁ ଗନ୍ଧ ପ୍ରତ୍ୟୟମାନ ହେଉନାହିଁ।

୨୦୧୨ ଶେଷ ଆଡକୁ କୋରାପୁଟ ଜିଲ୍ଲା ପର୍ଯ୍ୟଟନ ବିଭାଗ ଓ ଉପର କୋଲାବ ଜଳ ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ କୋଲାବ ଡ୍ୟାମ ନିକଟରେ ଶେଷ ହୋଇଥିଲା ବଟାନିକାଲ ପାର୍କ ଓ ପିକ୍‌ନିକ୍‌ ସ୍ପଟ୍‌। ପ୍ରାୟ କୋଟିଏ ଟଙ୍କା ବିନିମୟରେ ଏହିଠାରେ ପର୍ଯ୍ୟଟକଙ୍କ ପାଇଁ ପିଣ୍ଡି, ଲାଇଟ ସାଉଣ୍ଡ, ୱାଟର ଫାଉଣ୍ଟେନ୍‌ ସହ ଅନ୍ୟାନ୍ୟ ସୁବିଧା ରହିଥିଲା। ୨୦୧୧ ମସିହାରେ ଜାନୁଆରୀ ୧୨ ତାରିଖରେ ତତକାଳୀନ ମୁଖ୍ୟ ଯନ୍ତ୍ରୀ ହରିଶ ଚନ୍ଦ୍ର ‌ବେହରା ଓ ୟୁକେପିର ସିସିଇ ବିଧାନ ବେହେରାଙ୍କ ଉପସ୍ତିତିରେ ଭିତ୍ତିପ୍ରସ୍ତର ପଡିଥିଲା। ଏହାପରେ ଏହିଠାରେ ରହିଥିବା ଦୋକାନ ଗୃହର କୋଠାରୀ, ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ, ଡାଇନୋସର, ୱାଟର ଫାଉଣ୍ଟେନ ସହ ଅନ୍ୟ ଜିନିଷପତ୍ର ରଖିବାକୁ ଷ୍ଟ‌ୋରରୁମ କରାଯାଇଥିଲା। ଏବେ ଏହି ସବୁ ବଣଜଙ୍ଘଲ ପାଲଟିଛି। ସବୁଠୁ ବଡ କତା ଏହାକୁ ଜଗାରଖା କରିବାକୁ  ପ୍ରତିମାସରେ ଏକ ଘରୋଇ ସଂସ୍ଥା ପକ୍ଷରୁ ବିଲ କରାଯାଇ ଟଙ୍କା ଚଳୁ କରାଯାଉଥିବା ଜଣାପଡିଛି। ପ୍ରତି ଦିନର ୬ ଜଣ ସୁରକ୍ଷାକର୍ମୀଙ୍କୁ  ତିନିଟି ସିଫ୍ଟରେ କାମ କରୁଛନ୍ତି। ଏହାକୁ ଟିକିରିର ଏକ ଠିକାସଂସ୍ଥା କାର୍ଯ୍ୟକାରୀ କରୁଥିବାବେଳେ ୪ ମାସ ହେଲା ଦରମା ଦେଉ ନଥିବା ଜଣାପଡିଛି।

ତେବେ ସବୁଠୁ ବଡ କଥା ହେଲେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଜଳ ସମ୍ପଦ ବିଭାଗ ପକ୍ଷରୁ ଏବେ କୋଲାବ ସହ ଏକାଧିକ ଡ୍ୟାମ ନିକଟରେ ଲାଇଟ ସାଉଣ୍ଡ, ମିୟୁଜିୟମ, ବଟାନିକାଲ ଗା‌ର୍ଡ‌େନ୍‌ ସହ ଅନ୍ୟ ସୁବିଧା କରାଯିବାକୁ ଯୋଜନା କରାଯାଇଛି। ଏଥିପାଇଁ ‌୪ କୋଟି ଟଙ୍କା ବ୍ୟୟ କରାଯିବାକୁ ଯୋଜନା ହୋଇଛି। ପୂର୍ବରୁ ଏହିଠାରେ କୋଟିଏ ଟଙ୍କାରେ ତିଆରି ହୋଇଥିଲା ବଟାନିକାଲ ପାର୍କ ଓ ପିକ୍‌ନିକ୍‌ ସ୍ପଟ୍‌। ଏହାକୁ ସାଇତି ପାରିଲାନି ବିଭାଗ। କୋଟିଏ ଟଙ୍କାର ପର୍ଯ୍ୟଟନ କ୍ଷେତ୍ର ୨୦ ବର୍ଷ ବି ଗଲାନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଏହିଠାରେ ରହିଥିବା ଡାଇନେସୋର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ଏହି ଡାଇନୋସର ଟି ଏବେ ଭାଙ୍ଗି ପଡି ଥିବାବେଳେ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି।

The post କୋଟିଏ ଖର୍ଚ୍ଚ ହୋଇଥିଲା, ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜଙ୍ଗଲ ପାଲଟିଛି ବଟାନିକାଲ ଗାର୍ଡ‌େନ first appeared on Sambad.

No comments

Powered by Blogger.