ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ ସଡ଼କ ଦୁର୍ଘଟଣାରେ ଆହତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ତଥା ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଭୋଇ ଶନିବାର ଦିନ ଚାରିଟା ବେଳେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଶ୍ରୀ ଭୋଇ ତାଙ୍କର କାର (ଓଡି-୧୫ଏମ୍ ୬୫୭୭) ଲୁତୁରପଙ୍କ ଥିବା ତାଙ୍କ ଫାର୍ମ ହାଉସକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ତାଙ୍କର ମୁଣ୍ଡରେ ଆଘାତ ହୋଇଛି। ତାଙ୍କୁ ତୁରନ୍ତ ବୀରମହାରାଜପୁର ଡାକ୍ତରଖାନାକୁ ଅଣାଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ସୁବର୍ଣ୍ଣପୁର ଜିଲ୍ଲା ସଦରମହକୁମାକୁ ସ୍ଥାନାନ୍ତରିତ କରାଯାଇଥିଲା। ଯେହେତୁ ମୁଣ୍ଡରେ ଆଘାତ ହୋଇଛି ସେଥିପାଇଁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ସଡ଼କ ଦୁର୍ଘଟଣାରେ ଶ୍ରୀ ଭୋଇଙ୍କ ଗାଡ଼ି ଅନେକ ସ୍ଥାନରେ ଭାଙ୍ଗି ଯାଇଛି । ଗାଡିରେ ଲାଗିଥିବା ବେଲୁନ ଯୋଗୁଁ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି ଶ୍ରୀ ଭୋଇ। ଦୁର୍ଘଟଣା ବେଳେ ଗାଡ଼ିର ବସିଥିବା ଅନ୍ୟ ଦୁଇ ଜଣ ବ୍ୟକ୍ତି ପଦାର୍ଥ ଜଗଦଲା ଓ ପ୍ରଦ୍ୟୁମ୍ନ ଭୋଇଙ୍କ କିଛି ଅସୁବିଧା ହୋଇନାହିଁ ବୋଲି ଆମ ପ୍ରତିନିଧିଙ୍କୁ ସୁଚନା ଦେଇଛନ୍ତି । ଅନ୍ୟପଟରେ ଶ୍ରୀ ଭୋଇ କହିଛନ୍ତି ଯେ, ମୋର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ଏଣୁ ମୋର ଶୁଭେଚଚ୍ଛୁ ମାନେ ବିଛି ବ୍ୟସ୍ତ ହୁଅନ୍ତୁ ନାହିଁ। ବାବା ରଣେଶ୍ବର ଓ ମାଁ ରାମଚଣ୍ଡୀଙ୍କ କୃପାରୁ ମୁଁ ଶୀଘ୍ର ଭଲ ହୋଇ ବୀରମହାରାଜପୁର ଫେରୁଛି।
The post ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ ସଡ଼କ ଦୁର୍ଘଟଣାରେ ଆହତ first appeared on Sambad.
No comments