Header Ads

Header ADS

କଥା ସମ୍ରାଟଙ୍କୁ କୋଟି ପ୍ରଣାମ, ୧୭୯ ତମ ଜୟନ୍ତୀ ଉପଲକ୍ଷେ

ଓଡ଼ିଆ ଗଳ୍ପ ସାହିତ୍ୟର ଜନକ ଭାବେ ବିଦିତ ଫକୀର ମୋହନ ସେନାପତି ୧୮୪୩ ଜାନୁଆରୀ ୧୩ରେ ଅବିଭକ୍ତ ବାଲେଶ୍ବର ଜିଲାର ମଲ୍ଲିକାଶପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ ଫକୀର ମୋହନ ଶିକ୍ଷକତା କରିବା ସମୟରେ ଇଂରାଜୀ, ବଙ୍ଗଳା, ସଂସ୍କୃତ ଆଦି ଭାଷାରେ ଦକ୍ଷତା ହାସଲ କରିଥିଲେ। ବିଭିନ୍ନ ଆଲୋଚନାରେ ସେ ଭାଗ ନେଇ ବାଲେଶ୍ବର ବୁଦ୍ଧିଜୀବୀ ମହଲରେ ନିଜର ସ୍ବତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଥିଲେ। ବ୍ୟାସକବି ଫକୀରମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବେ ପରିଚିତ। ତାଙ୍କର ୪ଟି ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’, ‘ମାମୁଁ’, ‘ପ୍ରାୟଶ୍ଚିତ୍ତ’, ‘ଲଛମା’ ସେସମୟର ଓଡ଼ିଶାର ସାମାଜିକ ଅବସ୍ଥାର ନିଚ୍ଛକ ଦର୍ପଣ। ୧୯୧୮ ଜୁନ୍ ୧୪ରେ ଫକୀର ମୋହନ ସେନାପତି ପ୍ରାଣ ହରାଇଥିଲେ।



No comments

Powered by Blogger.