Header Ads

Header ADS

ହେଲ୍‌ମେଟ୍‌ ନଥିଲା ବୋଲି… ଦୁର୍ଘଟଣାରେ ଚାଲିଗଲା ଜୀବନ


ଭୁବନେଶ୍ବର : ହେଲ୍‌ମେଟ୍‌ ନ ଥିବାରୁ ଚାଲିଗଲା ଜୀବନ। ବୁଧବାର ଅପରାହ୍ନରେ ଭରତପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକଙ୍କର ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଚନ୍ଦକା ଥାନା ଦାସପୁରର ପ୍ରହଲ୍ଲାଦ ଦେହୁରୀ। ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯିବା ଫଳରେ ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା। ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ ସହ ଶବ ଜବତ କରିଛି। କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ହେଲ୍‌ମେଟ୍‌ ଥିଲେ ହୁଏତ ପ୍ରହଲ୍ଲାଦ ବଞ୍ଚି ଯାଇଥାନ୍ତେ ବୋଲି ଦେଖଣାହାରୀ କହିଛନ୍ତି।

ସୂଚନା ମୁତାବକ, ପ୍ରହଲ୍ଲାଦ କୌଣସି କାମରେ ବାଇକ୍‌ ଯୋଗେ କଳିଙ୍ଗ ଷ୍ଟୁଡିଓ ଛକକୁ ଆସିଥିଲେ। କାମ ସାରି ଫେରୁଥିବା ବେଳେ ଡିଭାଇଡରରେ ପିଟି ହୋଇ ଯାଇଥିଲେ। ଦୀର୍ଘ ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

The post ହେଲ୍‌ମେଟ୍‌ ନଥିଲା ବୋଲି... ଦୁର୍ଘଟଣାରେ ଚାଲିଗଲା ଜୀବନ first appeared on Sambad.


No comments

Powered by Blogger.