Header Ads

Header ADS

କେନ୍ଦ୍ରାପଡ଼ାକୁ ପ୍ରତାରଣା ସୀମା ଟପିଲା : ବର୍ଷକରେ ନେଇ ଗଲେଣି ୭ ଡାକ୍ତର, ଖାଲି ପଡ଼ିଛି ୬୫ ପ୍ରତିଶତ ପଦବି


କେନ୍ଦ୍ରାପଡ଼ା, (ସୁବ୍ରତ ସାମଲ): କେନ୍ଦ୍ରାପଡ଼ା ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଆଉ ମେଡିକାଲ୍‌ କଲେଜ ପ୍ରତିଷ୍ଠା ଦାବିକୁ ନେଇ ଆନ୍ଦୋଳନ ଦାନା ବାନ୍ଧୁଛି। ବିରୋଧୀ ବିଜେପି, କ˚ଗ୍ରେସ, ବାମପନ୍ଥୀ ସମେତ ବିଭିନ୍ନ ସାମାଜିକ ସ˚ଗଠନ ସରକାରଙ୍କ କେନ୍ଦ୍ରାପଡ଼ା ପ୍ରତି ଚରମ ଅବେହଳା ଅଭିଯୋଗ ଆଣି ବିକ୍ଷୋଭ, ପ୍ରତିବାଦ କରିବା ସହିତ ଲୋକପ୍ରତିନିଧିଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି। ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି।

ଠିକ୍‌ ଏଭଳି ସମୟରେ ଜିଲ୍ଲାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ଆଉ ଏକ ଚରମ ଅବହେଳା ସାମ୍ନାକୁ ଆସିଛି। ବର୍ଷକ ମଧୢରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସାତ ଜଣ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରି ନିଆଗଲାଣି। ଅଥଚ ସେମାନଙ୍କ ବଦଳରେ କାହାରିକୁ ନିଯୁକ୍ତି ମିଳିନାହିଁ। ଦୁର୍ବଳ ଭିତ୍ତିଭୂମିକୁ ଡାକ୍ତର ସ˚କଟ ପାଇଁ ଜିଲ୍ଲାରେ ସ୍ବାସ୍ଥ୍ୟସେବା ଶୋଚନୀୟ। ସାଧାରଣ ରୋଗୀଟିଏ ଚିକିତ୍ସା ସୁବିଧା ନ ପାଇ କଟକ ବଡ଼ ମେଡିକାଲ୍‌ ଅଥବା ଘରୋଇ ନର୍ସି˚ହୋମ୍‌ ଯିବାକୁ ବାଧୢ ହେଉଛି। ସୂଚନା ଅନୁସାରେ, ମାତ୍ର ୩୫ ପ୍ରତିଶତ ଡାକ୍ତରଙ୍କୁ ନେଇ ଚାଲିଥିବା ଜିଲ୍ଲାର ସ୍ବାସ୍ଥ୍ୟସେବା ଆହୁରି ବିପର୍ଯ୍ୟୟ ମୁହଁକୁ ଠେଲି ହେଇଗଲାଣି। ସ୍ଥିତି ଏପରି େହାଇଛି ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ରୋଗ, ଅସ୍ଥିଶଲ୍ୟ ଏବ˚ ଚକ୍ଷୁ ବିଭାଗରେ ଡାକ୍ତର ଅଭାବରୁ ଲାଗି ରହିଥିବା ଅଚଳାବସ୍ଥା ଦୂର ହେଇପାରୁନାହିଁ। ମେଡିକାଲ୍‌ କର୍ତୃପକ୍ଷ ଡାକ୍ତର ନିଯୁକ୍ତି ପାଇଁ ସରକାରଙ୍କୁ ଚିଠି ଲେଖି ଦାୟିତ୍ବ ସାରି ଦେଉଥିବା ବେଳେ ରାଜନୈତିକ ନେତୃବୃନ୍ଦ ସ୍ବାସ୍ଥ୍ୟସେବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦାବି ତ ଦୂରର କଥା ମୁହଁ ନ ଖୋଲିବା ଘଟଣା ଜିଲ୍ଲାବାସୀଙ୍କ ଅସନ୍ତୋଷକୁ ଦ୍ବିଗୁଣିତ କରିଦେଇଛି।

କେନ୍ଦ୍ରାପଡ଼ା ଜିଲ୍ଲାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ଅବହେଳା କିଛି ନୂଆ ନୁହେଁ। କଳାହାଣ୍ତି, ବଲାଙ୍ଗୀର ଭଳି କେବିକେ ଜିଲ୍ଲାରେ ଦୀର୍ଘ ବର୍ଷ ତଳୁ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର(ଏମ୍‌ସିଏଚ୍‌) କାର୍ଯ୍ୟକ୍ଷମ ହେଲାଣି। ହେଲେ କେନ୍ଦ୍ରାପଡ଼ାରେ ଗଲା ଚାରି ବର୍ଷ ହେବ ଇଚ୍ଛାପୁର ଶ୍ୟାମଗୁଡ଼ିଆରେ ଏମ୍‌ସିଏଚ୍‌ କୋଠା ନିର୍ମାଣ ଚାଲିଛି ଯେ ସରିବାର ନାଁ ଧରୁନି। କେବେ ସରିବ, ସେ ବିଷୟରେ ବି ବିଭାଗୀୟ କର୍ତୃପକ୍ଷ କିଛି କହି ପାରୁନାହାନ୍ତି।

ପରିଣାମ ହେଲା, ଦୁର୍ବଳ ଭିତ୍ତିଭୂମି ପାଇଁ କେନ୍ଦ୍ର ସରକାରଙ୍କ କାୟାକଳ୍ପ ମିସନ୍‌ରେ ରାଜ୍ୟର ଶ୍ରେଷ୍ଠ ଦଶ ଜିଲ୍ଲା ମୁଖ୍ୟ ହସ୍ପିଟାଲ୍‌ ମଧୢରେ କେବେ କେନ୍ଦ୍ରାପଡ଼ା ସ୍ଥାନ ପାଉନାହିଁ। ଏପରି ସ୍ଥିତିରେ ଡାକ୍ତର ଅଭାବ କଥା ନ କହିବା ଭଲ। ୬୫ପ୍ରତିଶତ ଡାକ୍ତର ପଦବି ଖାଲ ପଡ଼ିଛି। ଜିଲ୍ଲାର ମ˚ଜୁରୀପ୍ରାପ୍ତ ୨୨୪ ପଦବି ତୁଳନାରେ ମାତ୍ର ୭୮ଡାକ୍ତର ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି। ହେଲେ ସରକାର ଏଭଳି ଦୟନୀୟ ସ୍ଥିତିରେ ଅଧିକ ଡାକ୍ତର ନିଯୁକ୍ତି ଦେବା ପରିବର୍ତେ ଗତ ବର୍ଷକ ମଧୢରେ ସାତ ଜଣ ଡାକ୍ତରଙ୍କୁ ବିଭିନ୍ନ ପର୍ଯ୍ୟାୟରେ ବଦଳି କରି ନେଇଛନ୍ତି।

୨୦୧୯, ଡିସେମ୍ବର ୩୧ତାରିଖରେ ଶିଶୁ ରୋଗ ବିଶେଷଜ୍ଞ ଆନନ୍ଦ ଗୋପାଳ ମହାନ୍ତିଙ୍କୁ ଯାଜପୁର, ଟିବି ଓ ଛାତି ରୋଗ ବିଶେଷଜ୍ଞ ବୈକୁଣ୍ଠ ନାଥ ପଣ୍ତାଙ୍କୁ ରାଉରକେଲା ଆରଜିଏଚ୍‌ ଏବ˚ ମେଡିସିନ୍‌ ବିଭାଗର ଡାକ୍ତର ଅଶୋକ ପ୍ରଧାନଙ୍କୁ ବୌଦ୍ଧ ଜିଲ୍ଲା ହସ୍ପିଟାଲ୍‌କୁ ବଦଳି କରି ନିଆଯାଇଥିଲା। ଏହାର ଆଠ ମାସ ପରେ ପୁଣି ଆଉ ଚାରି ଜଣ ସର୍ଜରୀ ବିଭାଗର ଡାକ୍ତର ବାବାଜୀ ନାୟକ, ପ୍ରସୂତି ବିଭାଗର ଡାକ୍ତର ମୁରଲୀ ପାଢ଼ୀ, ଅସ୍ଥିଶଲ୍ୟ ବିଭାଗର ଡାକ୍ତର ଉମାକାନ୍ତ ଜେନା, ଚକ୍ଷୁ ବିଶେଷଜ୍ଞ ଡାକ୍ତର ରଶ୍ମି ସୁଦୀପ୍ତା ଆଚାର୍ଯ୍ୟଙ୍କୁ ଜିଲ୍ଲାପାର‌୍‌ ବଦଳି କରାଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ଏମାନେ ସମସ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିଲେ। ବଡ଼ମ୍ବନାର ବିଷୟ ହେଉଛି ଏମାନଙ୍କ ସ୍ଥାନରେ ଆଉ କାହାକୁ ଏଠାକୁ ଅଣାଯାଇନାହିଁ। ୫୦ପ୍ରତିଶତରୁ କମ୍‌ ଡାକ୍ତରରେ ଚାଲିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ରୋଗ, ଅସ୍ଥିଶଲ୍ୟ ଏବ˚ ଚକ୍ଷୁ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଅଚଳାବସ୍ଥା ଲାଗି ରହିଛି। ଡାକ୍ତର ନ ଥିବାରୁ ସାଧାରଣ ରୋଗୀ ଉପଯୁକ୍ତ ଚିକିତ୍ସା ସୁବିଧା ନ ପାଇ ବ˚ଚିତ ହେଉଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅନିତା ପଟ୍ଟନାୟକଙ୍କ କହିଛନ୍ତି ଯେ ଗତ ବର୍ଷକ ମଧୢରେ ସାତ ଜଣ ଡାକ୍ତରଙ୍କ ବଦଳି ହୋଇଛି। ଏହି ଡାକ୍ତର ଅଭାବ ସ˚ପର୍କରେ ନିୟମିତ ବ୍ୟବଧାନରେ ଚିଠି ଲେଖାଯାଇ ସରକାରଙ୍କୁ ଅବଗତ କରାଯାଉଛି।

The post କେନ୍ଦ୍ରାପଡ଼ାକୁ ପ୍ରତାରଣା ସୀମା ଟପିଲା : ବର୍ଷକରେ ନେଇ ଗଲେଣି ୭ ଡାକ୍ତର, ଖାଲି ପଡ଼ିଛି ୬୫ ପ୍ରତିଶତ ପଦବି first appeared on Sambad.


No comments

Powered by Blogger.