Header Ads

Header ADS

ଢେଙ୍କାନାଳ ରୋଗୀ ମୃତ୍ୟୁ ଘଟଣା; ଆନ୍ଦୋଳନ ଚେତାବନୀ ଦେଲା ଆୟୁଷ ଡାକ୍ତର ସଂଘ

ଭୁବନେଶ୍ୱର : ଢେଙ୍କାନାଳରେ ରୋଗୀ ମୃତ୍ୟୁ ଘଟଣାରେ ଆୟୁଷ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶୁକ୍ରବାର ସରକାରୀ ଆୟୁର୍ବେଦ ଚିକିତ୍ସକ ସଂଘର ପ୍ରତିବାଦ ପରେ ଆଜି ଓଡ଼ିଶା ଆୟୁଷ ଡାକ୍ତର ସଂଘ ସ୍ୱରରେ ସ୍ୱର ମିଳାଇଛି। ଏହି ଘଟଣାରେ ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ପକ୍ଷରୁ ଏକ ପ୍ରେସ୍‍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଢେଙ୍କାନାଳ ସଦର ହସ୍ପିଟାଲରେ ଜଣେ ରୋଗୀ ମୃତ୍ୟୁକୁ ନେଇ ସିଡିଏମ୍‍ଓ କାର୍ଯ୍ୟରତ ଡାକ୍ତର ସ୍ୱାଗତିକା ସାହୁଙ୍କୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳଙ୍କୁ ସୁପାରିସ କରିଛନ୍ତି। ଏ ପର୍ଯ୍ୟନ୍ତ ସରକାର ଆୟୁଷ ଡାକ୍ତରଙ୍କୁ ଏଲୋପାଥିକ ଔଷଧ ଲେଖିବା ପାଇଁ ଅନୁମତି ଦେଇନାହାନ୍ତି। ସରକାର କୋଭିଡ୍‍ ଚିକିତ୍ସା ପାଇଁ ଆୟୁଷ ଔଷଧ ଯୋଗାଇନାହାନ୍ତି। ଉକ୍ତ ହସ୍ପିଟାଲରେ ଅନେକ ଏଲୋପାଥିକ ଡାକ୍ତର ଥିବାବେଳେ କାହିଁକି ଆୟୁଷ ଡାକ୍ତରଙ୍କୁ ଜରୁରୀକାଳୀନ ଚିକିତ୍ସା ପାଇଁ ଦିଆଗଲା। ଏହାକୁ ଆୟୁଷ ଡାକ୍ତର ସଂଘ ବିରୋଧ କରିବା ସହିତ ଏହାର ଉପଯୁକ୍ତ ତଦନ୍ତ ଦାବି କରିଛି। ଡା. ସାହୁଙ୍କୁ ସରକାର ନ୍ୟାୟ ଦିଅନ୍ତୁ ନହେଲେ ସଂଘ ଆଗକୁ ଆନ୍ଦୋଳନ କରିବ ବୋଲି ସଂଘର ସଭାପତି ଡା. ଜ୍ୟୋତିରଞ୍ଜନ ଗାହାଣ, ଆବାହକ ଡା. ବିଶ୍ୱରଞ୍ଜନ ଜେନା, ଡା. ଦୀପ୍ତି ସାହୁ, ଡା. ଚନ୍ଦ୍ରକାନ୍ତ ରାଉତ ଏବଂ ଡା. ରବୀନ୍ଦ୍ରନାଥ ଗନ୍ତାୟତ ପ୍ରମୁଖ ଚେତାବନୀ ଦେଇଛନ୍ତି।



No comments

Powered by Blogger.