Header Ads

Header ADS

ରେ‌େ‌ଭନ୍ସା ବିଶ୍ବବିଦ୍ୟାଳୟ ନୂଆ କୁଳସଚିବ ନିଯୁକ୍ତି ପାଇଁ ସୁପାରିସ

ଭୁବନେଶ୍ବର : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳସଚିବ ନିଯୁକ୍ତି ପାଇଁ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଭାଗ ପକ୍ଷରୁ ନୂତନ କୁଳସଚିବ ନିଯୁକ୍ତ କରିବା ପାଇଁ ରାଜଭବନକୁ ସୁପାରିସ କରାଯାଇଛି। କେନ୍ଦୁଝରର ଅତିରିକ୍ତ ଜିଲାପାଳ ଡ.ଭକ୍ତ ଚରଣ ପ୍ରଧାନଙ୍କୁ ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳସଚିବ ନିଯୁକ୍ତ କରିବା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟ ଆକ୍ଟ ଅନୁସାରେ ରାଜଭବନ ପକ୍ଷରୁ କୁଳସଚିବଙ୍କ ନିଯୁକ୍ତି ସମ୍ବନ୍ଧରେ ବିଜ୍ଞପ୍ତି ପ୍ରକାଶ ପାଇବ।
ସୂଚନାଯୋଗ୍ୟ ଦୀର୍ଘଦିନ ଧରି ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳସଚିବ ପଦ ଖାଲି ରହିଥିଲା।



No comments

Powered by Blogger.