Header Ads

Header ADS

‘ଚାଷୀଙ୍କ ମୃତ୍ୟୁ ପରୱାନା’ : ରାହୁଲ

ନୂଆଦିଲ୍ଲୀ : କୃଷି କ୍ଷେତ୍ର ସଂପର୍କିତ କେନ୍ଦ୍ର ସରକାର ସଂସଦରେ ଗୃହୀତ କରାଇଥିବା ଦୁଇଟି ବିଧେୟକ ଦେଶର କୃଷକମାନଙ୍କ ଲାଗି ମୃତ୍ୟୁ ପରୱାନା ହେବ ବୋଲି ସମାଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାଇନାଡ୍‌ ସାଂସଦ ରାହୁଲ ଗାନ୍ଧୀ। କୃଷକ ତା’ର ଜମିରେ ସୁନା ଫଳାଉଥିବାବେଳେ ଅହଂକାରୀ ମୋଦୀ ସରକାର ଚାଷୀଙ୍କୁ ଲୁହରେ କନ୍ଦାଉବ ବୋଲି ରାହୁଲ ଟ୍ବିଟ୍‌ କରି ଏହି ବିଲ୍‌କୁ କୃଷି ବିରୋଧୀ କଳା ଆଇନ ଏବଂ ପ୍ରଧାନମନ୍ତ୍ରୀଙ୍କୁ କୃଷକ ବିରୋଧୀ କହି ସମାଲୋଚନା କରିଛନ୍ତି। କୃଷିଜାତ ସାମଗ୍ରୀ ବଜାର କମିଟି (ଏପିଏମ୍‌ସି) ଅର୍ଥାତ୍ କୃଷକ ବଜାରକୁ ଉଚ୍ଛେଦ କରିବା ପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କିଭଳି ସୁରକ୍ଷିତ ରହିବ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ମୋଦୀ ସରକାର ଚାଷୀଙ୍କୁ ପୁଞ୍ଜିପତିଙ୍କ କ୍ରୀତଦାସ କରିବାକୁ ଚାହୁଁଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।



No comments

Powered by Blogger.