Header Ads

Header ADS

ବିଜେପିକୁ କୋର୍ଟକୁ ଟାଣିବି : ଅମରିନ୍ଦର

ଅମୃତସର : କୃଷି ସଂକ୍ରାନ୍ତ ଦୁଇ ବିଧେୟକକୁ ଗୃହୀତ ହେବା ପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ବିଧେୟକ ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଏହାକୁ ସେ ଚ୍ୟାଲେଞ୍ଜ କରି ବିଜେପି ଓ ତା’ର ସହଯୋଗୀ ଏନଡିଏ ଦଳମାନଙ୍କୁ ଅଦାଲତକୁ ଟାଣିବେ। ବିଲ୍‌ ସଂପୂର୍ଣ୍ଣ କୃଷକ ସ୍ବାର୍ଥ ବିରୋଧୀ ଏବଂ ଏହା ପଞ୍ଜାବର ଉନ୍ନତ ମଣ୍ଡି ବ୍ୟବସ୍ଥା ଧ୍ବଂସ କରିବ। ଏହାଦ୍ବାରା ରାଜ୍ୟଙ୍କର କ୍ଷମତା ସଙ୍କୁଚିତ ହେବ। ମୋଦୀ ସରକାର କୃଷି କ୍ଷେତ୍ରକୁ କେନ୍ଦ୍ରୀୟ କ୍ଷମତାକୁ ନେବା ଲାଗି ଏଭଳି ଉଦ୍ୟମ କରୁଥିବା ଅମରିନ୍ଦର ଅଭିଯୋଗ କରିଛନ୍ତି।



No comments

Powered by Blogger.