Header Ads

Header ADS

ପାଣିରୁ ୨ ମୃତଦେହ ମିଳିବା ଘଟଣା : ମା’, ଝିଅଙ୍କୁ ହତ୍ୟା କରାଯାଇଛି !


ରାଜନଗର : ରାଜନଗର ଅଞ୍ଚଳରେ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ମା’ ଓ ଝିଅ ଆତ୍ମହତ୍ୟା କରି ନାହାନ୍ତି, ବରଂ ସେମାନଙ୍କୁ ହତ୍ୟା କରାଯାଇଛି ବୋଲି ଥାନାରେ ଅଭିଯୋଗ ହୋଇଛି। ଗ୍ରାମବାସୀ ଏହାକୁ ନେଇ ଥାନାରେ ଧାରଣା ଦେଇଛନ୍ତି। ଅନ୍ୟପଟେ ମୃତ ଅବିବାହିତ ଝିଅ ପେଟରୁ ୮ ମାସର ମୃତ ଶିଶୁ କନ୍ୟା ବାହାରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଗତକାଲି ହଂସୁଆ ନଦୀର ଗୋବର୍ଦ୍ଧନପୁର ନିକଟରୁ ମାଆର ମୃତଦେହ ମିଳିଥିବାବେଳେ ମାମୁଁ ଘର ବାଡ଼ିପଟ ପୋଖରୀରୁ ଅବିବାହିତା ଗର୍ଭବତୀ ଝିଅର ମୃତଦେହ ମିଳିଥିଲା। ମାମୁଁଘର ଲୋକେ ଝିଅର ଶବ ବ୍ୟବଚ୍ଛେଦ କରାଇ ଆଣି ଗାଁରେ ଥୋଇ ଦେଇ ଫେରାର ହୋଇ ଯାଇଥିଲେ। ଅବିବାହିତା ଝିଅ ଗର୍ଭବତୀ ହେବା ଓ ମାମୁଁଘର ଲୋକ ଫେରାର ହୋଇଯିବା ପରେ ସନ୍ଦେହ ବଢିବାରେ ଲାଗିଥିଲା। ମାଆ, ଝିଅ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ମାରି ଦିଆଯାଇଛି ବୋଲି ଝିଅର ବାପା ରାଜନଗର ଥାନାରେ ଗତକାଲି ବିଳମ୍ବିତ ରାତିରେ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳେ ଗାଁର ଶତାଧିକ ପୁରୁଷ, ମହିଳା ରାଜନଗର ଥାନା ଆଗରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣାରେ ବସିଥିଲେ। ପୁଲିସ ମୃତ ଯୁବତୀଙ୍କ ମାମୁଁ ପୁଅ ଭାଇକୁ ଉଠାଇ ଆଣି ରାଜନଗର ଥାନାରେ ଅଟକ ରଖିଛନ୍ତି। ଅବୈଧ ସଂପର୍କକୁ ନେଇ ଏହି ହତ୍ୟାକାଣ୍ତ ହୋଇଥିବା ସନ୍ଦେହ ବଢିବାରେ ଲାଗିଛି।

ସୂଚନା ଅନୁଯାୟୀ ମହାକାଳପଡା ବ୍ଲକ ବାବର ଗାଁର ପତିତପାବନ ନାଥ ମାଣପଡା ଗାଁରେ ବିବାହ କରି ଘରଜ୍ବାଇଁ ହୋଇଥିଲେ। ମାତ୍ର ଶ୍ବଶୁର ଘର ଲୋକ ତାଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଇ ତାଙ୍କ ପତ୍ନୀଙ୍କ ଠାରୁ ଅଲଗା କରି ରଖିଥିଲେ। ଦୀର୍ଘ ୮ ବର୍ଷ ଧରି ପତିତପାବନ ନିଜ ଗାଁରେ ଥିଲେ। ଗତକାଲି ତାଙ୍କ ପତ୍ନୀ ପ୍ରମିଳା ନାଥ ଓ ମଝିଆଁ ଝିଅ ସତ୍ୟପ୍ରିୟାଙ୍କ ମୃତ୍ୟୁ ପରେ ପତିତପାବନ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।


No comments

Powered by Blogger.