Header Ads

Header ADS

ସିରିଏଲ୍‌ କିଲର୍ ଝସକେତନକୁ ଆଜୀବନ


ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୁଶକିଳା ଗାଁରେ ସଂଘଟିତ ମାଉସୀ-ପୁତୁରା ଡବଲ୍‌ ମର୍ଡର ମାମଲାର ରାୟ ପ୍ରକାଶ ପାଇଛି। ଅନୁଗୁଳ ଜିଲ୍ଲା ଦୌରାଜଜ୍‌ ଅଶାନ୍ତ କୁମାର ଦାସ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଜି ଆଗତ ଏହି ଚାଞ୍ଚଲ୍ୟକର ମାମଲାର ବିଚାର କରି ତାଙ୍କ ଗୁରୁତ୍ବପୂର୍ଣ୍ଣ ରାୟରେ ‘ସିରିଏଲ୍ କିଲର୍‌’ ଝସକେତନ ରାଉତ ଓରଫ ଝାରୁକୁ ଆଜୀବନ କାରାଦଣ୍ଡାଦେଶ ସହିତ ୩ ଲକ୍ଷ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।

ବିବରଣୀରୁ ପ୍ରକାଶ, ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୁଶକିଳା ଗାଁରେ ସରସ୍ବତୀ ଶିଶୁ ମନ୍ଦିର ପରିଚାଳନା କରୁଥିବା ଝସକେତନ ରାଉତ ୨୨ ମେ ୨୦୧୫ରେ କୁକୁରପେଟା ଗାଁର ଅବଳା ଗଡ଼ନାୟକ(୬୫) ଏବଂ ତାଙ୍କ ଭଉଣୀର ପୁଅ କୁମୁଦ ସାହୁ(୨୭)ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲା। ଅବଳାଙ୍କ ଶବ କୂଅ ପାଖରେ ପୋତି ସିମେଣ୍ଟ କଂକ୍ରିଟ କରି ଦେଇଥିବା ବେଳେ କୁମୁଦଙ୍କ ଶବ ସ୍କୁଲ ଶ୍ରେଣୀଗୃହର ବାରଣ୍ଡାରେ ପୋତି ଦେଇଥିଲା। ସେହିଭଳି, ୨୦୧୬ ମସିହା ଫେବ୍ରୁଆରି ୪ ତାରିଖରେ କୁଶକିଳା ଗାଁର ରାଜକିଶୋର ସାହୁଙ୍କ ପୁଅ ଯୋଗେଶ୍ବର ସାହୁ ଓ ପୁତୁରା ହିରଣାକ୍ଷ ସାହୁଙ୍କୁ ବି ସମାନ ଢଙ୍ଗରେ ଝସକେତନ ହତ୍ୟା କରି ୨୦ ଫୁଟ ଗଭୀରର ଏକ ଗାତ‌ରେ ପୋତି ଦେଇଥିଲା।
ଗତ ୧୧ ଫେବ୍ରୁଆରି ୨୦୧୬ ଦିନ ଅବଳା ଓ କୁମୁଦଙ୍କୁ ଝସକେତନ ହତ୍ୟା କରିଥିବା ସଂକ୍ରାନ୍ତରେ ଭୀମସେନ ଥାନାରେ ଏତଲା ଦେଇଥିଲେ। ଗତ ୫ ଜାନୁଆରି ଦିନ ଦେବଗଡ଼ ଜିଲ୍ଲା ଜଂଗଲ ଅଂଚଳରୁ ପୁଲିସ୍‌ ଝସକେତନକୁ ଗିରଫ କରିଥିଲା।


No comments

Powered by Blogger.