Header Ads

Header ADS

ଅନ୍ଧାଧୁନ୍‌‌ର ତେଲୁଗୁ ରିମେକ୍

୨୦୧୮ରେ ମୁକ୍ତିଲାଭ କରିଥିବା ‘ଅନ୍ଧାଧୁନ୍’ଚଳଚ୍ଚିତ୍ର ବକ୍ସଅଫିସ୍‌ରେ ସୁପରହିଟ୍ ତାଲିକାଭୁକ୍ତ ହୋଇଥିଲା। ମୁଖ୍ୟ ଭୂମିକାରେ ଆୟୁଷ୍ମାନ୍ ଖୁରାନା, ତବୁ, ରାଧିକା ଆପ୍‌ଟେ ଅଭିନୟ କରିଥିବାବେଳେ ଏହା ‘ବ୍ଲାକ୍ କମେଡି’ର ମାନ୍ୟତା ପାଇଥିଲା। ଏଥିରେ ଆୟୁଷ୍ମାନ୍ ଦମ୍‌ଦାର୍ ଅଭିନୟ କରି ଜାତୀୟ ପୁରସ୍କାର ବିଜୟୀ ହେବାର ସୌଭାଗ୍ୟ ପାଇଥିଲେ। ଚଳଚ୍ଚିତ୍ରର କାହାଣୀ ସମସ୍ତ ମହଲରେ ପସନ୍ଦ କରାଯାଇଥିବାବେଳେ ଏବେ ଏହାର ତେଲୁଗୁ ରିମେକ୍ କାମ ଆରମ୍ଭ ହେବାକୁ ଯାଉଛି। ଶ୍ରେଷ୍ଠ ମୁଭିଜ୍ ପ୍ରଯୋଜନା ସଂସ୍ଥା ଏହା ଘୋଷଣା କରିଥିବାର ପ୍ରକାଶ। ତେଲୁଗୁ ରିମେକ୍‌ରେ ମୁଖ୍ୟ ଭୂମିକାରେ ନିତିନ୍, ତମନ୍ନା ଭାଟିଆ ଓ ନଭା ନତେଶ ଅଭିନୟ କରିବେ। ତମନ୍ନା ଏଥିରେ ତବୁଙ୍କ ଚରିତ୍ରରେ ଅବତୀର୍ଣ୍ଣ ହେବେ ବୋଲି ସ୍ପଷ୍ଟ ହୋଇଛି। ଚଳଚ୍ଚିତ୍ରର ସୁଟିଂ ନଭେମ୍ବର ଦ୍ବିତୀୟ ସପ୍ତାହରୁ ଆରମ୍ଭ ହେବାର ଯୋଜନା ରହିଛି।



No comments

Powered by Blogger.