ପୋଷାକ କିଣୁଥିଲେ…

କରୋନା ମହାମାରୀ ପୂର୍ବରୁ ଜୀବନଶୈଳୀ ଭିନ୍ନ ଥିଲା, ବର୍ତ୍ତମାନ କିନ୍ତୁ ସେସବୁରେ ଅନେକ ପରିବର୍ତ୍ତନ ହୋଇଛି। ବିଶେଷଜ୍ଞଙ୍କ ମତରେ ଏବେଠାରୁ ସମସ୍ତ ବର୍ଗର ଲୋକ ସଚେତନ ହୋଇ ଚଳିବା ଉଚିତ। ପୂର୍ବର ଘଟଣା କିଛି ଏଇପରି ଥିଲା। ଆମମାନଙ୍କ ମଧ୍ୟରୁ ଅଧିକାଂଶ ଦୋକାନରୁ ନୂଆ ପୋଷାକ କିଣି ଘରେ ଆଣିବା ପରେ ସଙ୍ଗେସଙ୍ଗେ ପିନ୍ଧୁ। କରୋନାର ପ୍ରକୋପ ବଢ଼ିବା ପରେ ପରାମର୍ଶ ଦିଆଯାଉଛ ଯେ ଦୋକାନ ହେଉ କିମ୍ବା ଅନ୍-ଲାଇନ୍, ଯେଉଁଠାରୁ ମଧ୍ୟ ପୋଷାକ କିଣିଲେ, ତାହାକୁ ସଫା କରିବା ପିନ୍ଧିବା ଉଚିତ।
– କାରଖାନାରୁ କପଡ଼ା ତିଆରି ପରେ ଦୋକାନରେ ପହଞ୍ଚିବା ପର୍ଯ୍ୟନ୍ତ ବିଭିନ୍ନ ପରିବହନ ମାଧ୍ୟମ ଦେଇ ଆସିଥାଏ। କେତେଜଣ ଯେ କପଡ଼ାକୁ ସ୍ପର୍ଶ କରିଥାନ୍ତି, ତାହାର ହିସବା କରିବା ଏତେଟା ସହଜ ହୋଇନଥାଏ। ଏଣୁ ପୋଷାକ ଜରିଆରେ ସଂକ୍ରାମକ ରୋଗ ସହଜରେ ବ୍ୟାପୁଥିବାର ବିଶେଷଜ୍ଞଙ୍କ ମତ। ଜୀବାଣୁ ଖାଲି ଆଖିରେ ଦେଖାଯାନ୍ତି ନାହିଁ, କପଡ଼ା ହାତକୁ ନୂଆ ଲାଗୁଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଆପଣ ଏହାକୁ ଧୋଇ ଖରାରେ ଶୁଖାଇବା ପରେ ପିନ୍ଧିବା ହିଁ ବୁଦ୍ଧିମତ୍ତାର ପରିଚୟ। ଆମେରିକାରେ ଯେଉଁ ସମୟରେ ମହାମାରୀ ମୃତ୍ୟୁ ଶୀର୍ଷରେ ପହଞ୍ଚିଥିଲା, ପୂରା ବିଶ୍ବବାସୀ ଏ ଖବରରେ ଭୟଭୀତ ହୋଇପଡ଼ିଥିଲେ। ପରେ ଯେତେବେଳେ ଅନୁଧ୍ୟାନ କରାଗଲା, ମୃତକଙ୍କ ମଧ୍ୟରୁ ଅଧିକାଂଶ ଅନ୍-ଲାଇନ୍ରେ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ବରାଦ୍ କରୁଥିଲେ। ମହାମାରୀ ଆରମ୍ଭ ସମୟରେ ଏହାର ସଚେତନତା ପଦକ୍ଷେପ ଲୋକେ ଭଲରେ ଅବଗତ ନଥିଲେ। ଏଣୁ ବିନା ଧୁଆରେ ପୋଷାକ ପିନ୍ଧା ସହ ଅତ୍ୟାବଶ୍ୟକ ସାମଗ୍ରୀକୁ ସେହିଭଳି ବ୍ୟବହାର କରିଥିବା କାରଣରୁ ମହାମାରୀ ନ୍ୟୁୟର୍କରେ ଶୀଘ୍ର ବ୍ୟାପିଥିବାର ବିଶେଷଜ୍ଞଙ୍କ ଅନୁମାନ।
– ସପିଂ ମଲ୍୍ କିମ୍ବା ଦୋକାନରୁ ପୋଷାକ ଆଣୁଥିଲେ ମଧ୍ୟ ସତର୍କ ରହିବା ଆବଶ୍ୟକ। କାରଣ ଗୋଟିଏ ପୋଷାକକୁ ଯେ କେତେଜଣ ଟ୍ରାଏଲ୍ କରି ପିନ୍ଧିଥିବେ, ତାହାର ତାଲିକା ରଖିବା କଷ୍ଟକର। ଏଣୁ ଯେତେ ଭଲ ବ୍ରାଣ୍ଡର ପୋଷାକ ଆଣିଲେ ମଧ୍ୟ ସଫା କରି ପିନ୍ଧିବା ଉଚିତ।
– ପୋଷାକ ତିଆରି ସମୟରେ ବିଭିନ୍ନ ପ୍ରକାର ରାସାୟନିକ ତତ୍ତ୍ବ ମିଶା ରଙ୍ଗ ବ୍ୟବହୃତ ହୋଇଥାଏ। ସେସବୁ ମଧ୍ୟ ଶରୀରରେ ଲାଗିଲେ ତ୍ବଚାରେ ସଂକ୍ରମଣ ହେବାର ଭୟ ଥାଏ। ଏଣୁ ଦୋକାନରୁ ଆଣିବା ପରେ ପ୍ରଥମେ ପୋଷାକକୁ ଭଲରେ ଧୋଇଦେଲେ ସେସବୁ ରାସାୟନିକ ତତ୍ତ୍ବ ବାହାରିଯାଇଥାଏ।
No comments