Header Ads

Header ADS

ନିଜ ରାଇଜର ରାଜକୁମାରୀ ମିଥିଲା

ୱେବ୍‌ ସିରିଜ୍‌ ଦୁନିଆର ଏକ ଚିହ୍ନା ମୁହଁ ହେଉଛି ମିଥିଲା ପାଲକର୍। ୨୭ ବର୍ଷୀୟା ମିଥିଲାଙ୍କ ମତରେ, ମୁଁ ଏଠି କାହା ସହ ପ୍ରତିଯୋଗିତା କରିବାକୁ ଆସିନି। ଅଭିନୟ କରିବା ମୋର ଲକ୍ଷ୍ୟ। ଆତ୍ମସନ୍ତୋଷ ମିଳୁଥିବା ପର୍ଯ୍ୟନ୍ତ ଏଇ କ୍ଷେତ୍ରରେ ମୁଁ କାମ କରିଚାଲିବି। ତାଙ୍କ ହସ ଓ କୁଞ୍ଚକୁଞ୍ଚିଆ କେଶ ହିଁ ମୁଖ୍ୟ ଆକର୍ଷଣ ବୋଲି ମିଥିଲାଙ୍କ ପ୍ରଶଂସକଙ୍କ ମତ। ନିକଟରେ ୱେବ୍‌ ସିରିଜ୍‌ରେ ମୁକ୍ତିଲାଭ କରିଥିବା ‘ମସାବା ମସାବା’ରେ ତାଙ୍କ ଅଭିନୟକୁ ନେଇ ଚର୍ଚ୍ଚା ଥମିନାହିଁ। ଏଇ ଯୁବଅଭିନେତ୍ରୀ କହିଛନ୍ତି, ୱେବ୍ ସିରିଜ୍ ହେଉ କି ବଡ଼ ପରଦା, କଳାକାର ପ୍ରତ୍ୟେକ ସ୍ଥାନରେ ଅଭିନୟ କରେ। ଯେ କୌଣସି କାହାଣୀ ପାଇଁ ହଁ କହିବା ପୂର୍ବରୁ ସେ ଅତିକମ୍‌ରେ ୧୦-୧୫ଥର କାହାଣୀ ପଢ଼ନ୍ତି। ନିଜ ଚରିତ୍ରରେ ହଜାଇଦେବା ପରେ ସେ ଆଗକୁ ବଢ଼ୁଥିବାର କହିଛନ୍ତି। ୨୦୧୫ରେ ମୁକ୍ତିଲାଭ କରିଥିବା ‘କଟ୍ଟିବଟ୍ଟି’ରେ ସେ ଛୋଟ ଭୂମିକା କୋୟଲ୍ କାବରାରେ ଅଭିନୟ କରିଥିଲେ। ହେଲେ ପ୍ରଶଂସକ ମହଲ ଆଜି ପର୍ଯ୍ୟନ୍ତ ସେଇ ଚରିତ୍ରକୁ ଭୁଲିନାହାନ୍ତି। ନେଟ୍‌ ଫ୍ଲିକ୍ସରେ ମୁକ୍ତିଲାଭ ହେବାକୁ ଥିବା ଆଗାମୀ ୱେବ୍‌ ସିରିଜ୍‌ର କାମ ଡିସେମ୍ବରରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ମିଥିଲା ଜଣେ କର୍ପୋରେଟ୍ ଅଫିସରେ କାମ କରୁଥିବା ଯୁବତୀ ଭୂମିକାରେ ଅବତୀର୍ଣ୍ଣ। ଏହି ଚରିତ୍ର ପାଇଁ ତାଙ୍କ ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି।



No comments

Powered by Blogger.