Header Ads

Header ADS

କେଶ ଘନତ୍ବ ବଢ଼ାଇବାର ଉପାୟ

ଘରେ ପ୍ୟାକ୍‌ ତିଆରି କରି କେଶରେ ଲଗାଇଲେ କେଶ ଘନତ୍ବ ବଢ଼ିବା ସହ ଅନ୍ୟ କେଶ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ। ବଜାରରେ ମିଳୁଥିବା ବିଭିନ୍ନ କମ୍ପାନୀର କ୍ରିମ୍ କିମ୍ବା ପ୍ୟାକ୍ କେଶରେ ଲଗାଇଲେ କେଶ ଝଡ଼ା ସମସ୍ୟା ବରଂ ବଢ଼େ। ରୋଷେଇ ଘରେ ଥିବା ସାମଗ୍ରୀରେ କେଶର ସହଜ ଉପଚାର କରିହେବ।
– ମେଥି ୨ଚାମଚକୁ ରାତିରୁ ବତୁରାଇ ରଖିବେ। ସକାଳେ ଏହାକୁ ବାଟି ଅଧ ଚାମଚ ନଡ଼ିଆ ତେଲ ମିଶାନ୍ତୁ। ଏବେ ସେଇ ପ୍ୟାକ୍‌କୁ କେଶରେ ଲଗାଇ ୨୦ ମିନିଟ୍ ପରେ ଶ୍ୟାମ୍ପୁ କରିନେବେ। ମେଥି ନିୟମିତ ଖାଇଲେ ମଧ୍ୟ କେଶ ଘନତ୍ବ ବଢ଼ିବା ସହ ଅକାଳରେ ପାଚିବାରୁ ରକ୍ଷା ମିଳେ।
– ଭିଟାମିନ୍ ସି ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଅଁଳା ରସ କେଶ ଓ ତ୍ବଚା ପାଇଁ ଏକ ଉତ୍ତମ ଖୋରାକ୍। ଅଁଳା ଗୁଣ୍ଡ ୨ଚାମଚରେ କଞ୍ଚା ଖିର ମିଶାଇ ତାହାକୁ କେଶ ମାସ୍କ ଭାବେ ଲଗାଇବେ। ଶୁଖିବା ପରେ କେଶ ଶ୍ୟାମ୍ପୁ କରିବେ। କେଶ ପାଚିବା, ରୁପି ସମସ୍ୟା ଇତ୍ୟାଦି ଏଇ ଉପାୟରେ କମ୍ ହୋଇଥାଏ।
– ଅଣ୍ଡାରେ ଥିବା ପ୍ରୋଟିନ୍ ମଧ୍ୟ କେଶ ସମସ୍ୟାକୁ କମ୍ କରେ। ମେହେନ୍ଦୀ ପ୍ୟାକ୍‌ରେ ଅଣ୍ଡାର ଧଳା ଅଂଶ ମିଶାଇ କେଶରେ ପ୍ୟାକ୍ ଭଳି ଲଗାନ୍ତୁ। ୪୫ ମିନିଟ୍ ପରେ ଧୋଇନେବେ। କେଶ ଘନତ୍ବ ବଢ଼ାଇବାକୁ ଚାହୁଁଥିଲେ ସପ୍ତାହରେ ଥରୁଟିଏ ଏଇ ଉପାୟ କଲେ ଲାଭ ମିଳେ।
– ଆଣ୍ଟି-ଅକ୍ସିଡାଣ୍ଟ ଓ ସଲଫର୍‌ ଭରପୂର ପିଆଜ ରସ ମଧ୍ୟ କେଶକୁ ଆବଶ୍ୟକ ପରିମାଣରେ ପୋଷକତତ୍ତ୍ବ ଯୋଗାଇଥାଏ। ପିଆଜ ରସରେ ନଡ଼ିଆ ତେଲ ମିଶାଇ କେଶରେ ଲଗାଇ ୨୦ ମିନିଟ୍ ପରେ ଧୋଇନେବେ। କେଶ ଅଧିକ ଝଡ଼ୁଥିଲେ ପିଆଜ ରସ ୧ ସପ୍ତାହ ଲଗାଇଲେ ଫରକ୍ ଜାଣିପାରିବେ।



No comments

Powered by Blogger.