Header Ads

Header ADS

ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା: ଶୀତ ସାଙ୍ଗକୁ କୁହୁଡି କରୁଛି କଲବଲ

ଭୁବନେଶ୍ବର : ପୁଣି ଫେରିଛି ଶୀତ। ସାରା ରାଜ୍ୟରେ ପ୍ରବଳ ଜାଡ ଅନୁଭୂତ ହେଉଛି। ବିଶେଷ କରି ପଶ୍ଚିମ ଓଡିଶାରେ ଶୀତର ପ୍ରଭାବ ଟିକେ ଅଧିକ ଦେଖିବାକୁ ମିଳୁଛି। ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିଛି।  ସୁନ୍ଦରଗଡରେ ତାପମାତ୍ରା ହ୍ରାସ ପାଇଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକ ବିଭିନ୍ନ ସ୍ଥାନରେ ନିଆଁ ଜାଳୁଛନ୍ତି।  ଆଉ କେହି କେହି ସକାଳୁ ସକାଳୁ ବ୍ୟାୟାମ କରୁଛନ୍ତି ତ କିଏ ଚା ଦୋକାନରେ ଭିଡ ଜମାଉଛନ୍ତି। ସକାଳ ୧୦ଟା ନହେଲେ ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡୁଛି।  ଭୁବନେଶ୍ବର ସମେତ କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ସେପଟେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।  ଉତ୍ତର ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଥଣ୍ଡାର ପରିମାଣ ବୃଦ୍ଧି ପାଇବ । ଅନ୍ୟପଟେ ନୟାଗଡ଼, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗିର ଓ ସୁବର୍ଣ୍ଣପୁରରେ ଘନକୁହୁଡ଼ି ଦୃଶ୍ୟମାନ ହେବ।



No comments

Powered by Blogger.