Header Ads

Header ADS

ଆଦିବାସୀ ସମ୍ପ୍ରଦାୟ ଦିଶୁମ ହୋ ସମାଜର ବୈଠକ

ଚୌଦ୍ୱାର: ଆଦିବାସୀ ସମ୍ପ୍ରଦାୟ ଦିଶୁମ ହୋ ସମାଜର କଟକ ଜିଲ୍ଲାସ୍ତରୀୟ ବୈଠକ ରବିବାର ଅନୁଷ୍ଠିତ ହୋଇ ଯାଇଛି । ହୋ ଜନଜାତି ସମ୍ପ୍ରଦାୟର ମଖୁମଲ ସଏଙ୍କ ସଭାପତିତ୍ୱରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ମଙ୍ଗରାଜପୁର ପଞ୍ଚାୟତର ବନଦେବୀ ଡମଣୀ ପୀଠରେ ଆୟୋଜିତ ଏହି ବୈଠକରେ ମଙ୍ଗରାଜପୁର ବନପାଳ ସଞ୍ଜୀବ ବଇପାଇ ,ରାଜେନ୍ଦ୍ର କୁମାର ଗାଗାରାଇ, ରୂପ ନାରାୟଣ ପୁର୍ତ୍ତି,ସଞ୍ଜୟ କୁମାର ପୁର୍ତ୍ତି, ମାଙ୍ଗିଲାଲ ତିୟୁ,ଶିବରାମ ହେମ୍୍ରମ ପ୍ରମୁଖ ଯୋଗଦେଇ ହୋ ସମାଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଜାତିର କଲ୍ୟାଣ ପାଇଁ ସମସ୍ତେ ଏକତ୍ରିତ ହୋଇ ସଂଗ୍ରାମ କରିବା ପାଇଁ ପରାମର୍ଶ ଦେଇଥିଲେ ।

କଟକ ଜିଲାରେ ହୋ ସମ୍ପ୍ରଦାୟ ବସବାସ କରୁଥିବା ପ୍ରତିଟି ଗ୍ରାମ ଓ ବସ୍ତିକୁ ଚିହ୍ନଟକରି କମିଟି ଗଠନ, ଶିକ୍ଷାର୍ଥୀ ମାନଙ୍କୁ ସହାୟତା,କୁସଂସ୍କାର ଓ ଅନ୍ଧ ବିଶ୍ୱାସକୁ ଦୂର କରିବା, ହୋ ଜାତିର ପ୍ରତିଟି ପିଲାକୁ ଶିକ୍ଷାଦାନ କରିବାର ବ୍ୟବସ୍ଥା ଆଦିକୁ ନିଷ୍ଠାର ସହ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା । ଅନୁଷ୍ଠିତ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମରେ ବିଶ୍ୱଜିତ ବାରିଜଙ୍କୁ ଜିଲା ସଭାପତି ଚୟନ କରାଯାଇଥିବାବେଳେ ମଖୁମଲ ସଏ-ସାଧାରଣ ସମ୍ପାଦକ,ଶିବରାମ ହେମ୍ବ୍ରମ-ସଂଗଠନ ସମ୍ପାଦକ,ଦେବ କୁର୍ଲ୍ଲୀ-ସହ ସମ୍ପାଦକ,ଦେବେନ୍ଦ୍ର ଚାମ୍ପିଆ-ଉପ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

ଉପଦେଷ୍ଟା ଭାବେ ଗମନ କଳା, ରୂପନାରାୟଣ ପୁର୍ତ୍ତି, ରାଜେନ୍ଦ୍ର କୁମାର ଗାଗାରାଇ,ସଂଜୟ ପୁର୍ତ୍ତି,କୃଷ୍ଣଚନ୍ଦ୍ର ସାଣ୍ଡିଲ,ଶଶୀ ପୁର୍ତ୍ତି,ହେମନ୍ତ ବାରିକ,ମଟକା ସିଂଙ୍କୁ ଚୟନ କରାଯାଇଥିଲା । ସୁମିତ୍ରା ଡାଙ୍ଗିଲ, ବାସନ୍ତି ତିୟୁ,କୁନି ବିରୁଆ,ବୀରବର ମୁଣ୍ଡା,ଗଣେଶ ହେମ୍ବ୍ରମ,ଲାଣ୍ଡୁ ବଦରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ବୁଦାନସିଂ ଦେଓଗାମ ଧନ୍ୟବାଦ ଅର୍ପଣ କରିଥିଲେ ।



No comments

Powered by Blogger.