ମହାତ୍ମା ଗାନ୍ଧୀଙ୍କ ୭୬ତମ ତିରୋଧାନ ଦିବସ

ନୂଆଦିଲ୍ଲୀ: ମଙ୍ଗଳବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୬ତମ ତିରୋଧାନ ଦିବସ। ଏହି ଅବସରରେ ସାରା ଦେଶ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି। ସକାଳୁ ସକାଳୁ ବହୁ ବରିଷ୍ଠ ନେତା ମାନେ ରାଜଘାଟରେ ଗାନ୍ଧିଜୀଙ୍କ ସ୍ମୃତିଚାରଣ ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ , ଅହିଂସାର ପ୍ରେରଣା , ସତ୍ୟର ଶକ୍ତି ବ୍ରିଟିସ୍ ମାନଙ୍କୁ ପରାସ୍ତ କରିଥିଲା। ଗାନ୍ଧୀଙ୍କର ଏହି ଅବଦାନ ଯୋଗୁଁ ଆଜି ବି ମହାତ୍ମା ଗାନ୍ଧୀ ଭାବରେ ଜଣାଶୁଣା। ଭାରତର ସ୍ବାଧୀନତା ସଂଗ୍ରାମର ମୁଖ୍ୟ ନାୟକ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ମୃତ୍ୟୁ ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ହୋଇଥିଲା।
No comments