Header Ads

Header ADS

ସଜେଇ ହେଉଛି ସମ୍ବଲପୁର ରେଳ ଷ୍ଟେସନ

ସମ୍ବଲପୁର: ଆସନ୍ତ ୩ ତାରିଖ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସୁଥିବାରୁ ବିଭିନ୍ନ କେନ୍ଦ୍ରୀୟ ବିଭାଗ ଓ ବିଜେପି ଦଳ ପକ୍ଷରୁ ବ୍ୟାପକ ପ୍ରାକ ପ୍ରସ୍ତୁତି ଜାରି ରହିଛି। ଶନିବାର ଦିନ ପ୍ରଧାମମନ୍ତ୍ରୀ ମୋଦୀ ସମ୍ବଲପୁରର ଉପକଣ୍ଠସ୍ଥ ବସନ୍ତପୁର ଠାରେ ନିର୍ମିତ ଆଇଆଇଏମର ନୂତନ କୋଠାକୁ ଲୋକାର୍ପଣ କରିବେ। ଏଥି ସହ ରେଳବାଇ ସମେତ ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକର ଶୁଭ ଓ ଲୋକାର୍ପଣ ସମ୍ବଲପୁର ଠାରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ବୋଲି ଜଣାପଡୁଛି।

ଏହି କ୍ରମରେ ସମ୍ବଲପୁର ରେଳ ଷ୍ଟେସନକୁ ମଧ୍ୟ ନୂତନ ରୂପ ଦିଆଯାଉଛି। ସମ୍ବଲପୁର ଷ୍ଟେସନକୁ ରଙ୍ଗୀନ ଆଲୋକ ସହିତ ନୂତନ ରଙ୍ଗ କରିବା ସହିତ ସ୍ଥାନୀୟ ସଂସ୍କୃତିକୁ ପ୍ରଧାନ୍ୟ ଦେଇ ସମ୍ବଲପୁରୀ ସଂସ୍କୃତିର ପ୍ରତିଫଳିତ କରିବାକୁ ଚେଷ୍ଟା କରାଯାଉଛି।

ସୁତ୍ରରୁ ଜଣାପଡିଛି ଯେ, ପ୍ରଧାନମନ୍ତ୍ରୀ ସମ୍ବଲପୁରକୁ ଏକ ଦିବସୀୟ ଗସ୍ତ ସମୟରେ ଆଇଆଇଏମର ନୂତନ କୋଠା ଲୋକାର୍ପଣ ସହିତ ସ୍ଥାନୀୟ ରେମେଡ ଠାରେ ଲକ୍ଷାଧିକ ଜନତାଙ୍କୁ ‘ବିଶଳା ଗ୍ୟାରେଣ୍ଟି ସମାବେଶ’ କୁ ଉଦବୋଧନ ଦେବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରେଳବାଇ, କୋଇଲା, ପରିବହନ ଆଦି ହଜାର ହଜାର କୋଟି ଟଙ୍କାର ନୂତନ ପ୍ରକଳ୍ପ ଗୁଡିକର ଲୋକାର୍ପଣ ଏବଂ ଶୁଭ ଦେବେ ବୋଲି ଜଣାପଡିଛି।



No comments

Powered by Blogger.