Header Ads

Header ADS

ଚୌଦ୍ୱାରରେ ଅର୍ପଣ ରଥକୁ ଭାବପୂର୍ଣ୍ଣ ସ୍ୱାଗତ

ଚୌଦ୍ୱାର: ଚୌଦ୍ୱାର ଅଞ୍ଚଳରେ ‘ଅର୍ପଣ ରଥ‘ ପରିକ୍ରମା ଶୁଭାରମ୍ଭ ହୋଇଛି। ଗାନ୍ଧୀଛକସ୍ଥିତ ପୌର କଲ୍ୟାଣ ମଣ୍ଡପ ନିକଟରେ ଦୁଇଟି ସୁସଜ୍ଜିତ ରଥରେ ମହାପ୍ରଭୂ ଜଗନ୍ନାଥଙ୍କ ପ୍ରତିମାକୁ ରଥ ରଥାରୁଢ଼ କରାଯିବା ସହିତ ପୂଜାର୍ଚ୍ଚନା କରାଯାଇ ନଗର ପରିକ୍ରମା ଆରମ୍ଭ କରାଯାଇଥିଲା। ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ, ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସାଂସଦ ପ୍ରତିନିଧି ପ୍ରେମଚାନ୍ଦ ନାୟକ, ବିଧାୟକ ପ୍ରତିନିଧି ବିଷ୍ଣୁ ଚରଣ ପରିଡ଼ା, ନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ରଙ୍କ ସମେତ ସମସ୍ତ କାଉନସିଲର, ପୌର କର୍ମଚାରୀ , ବରିଷ୍ଠ ନାଗରିକ ବୃନ୍ଦ ଓ ବହୁ ଜଗନ୍ନାଥ ପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ହତ୍ୟାର ୧୧ଦିନ ପରେ କେନାଲରୁ ଉଦ୍ଧାର ହେଲା ମଡେଲଙ୍କ ମୃତଦେହ

ନାମ ସଂକୀର୍ତ୍ତନ, ଶଂଖ ହୁଳହୁଳି ଧ୍ୱନୀ ଓ ଜଗନ୍ନାଥ ନାମ ଧ୍ୱନୀ ମଧ୍ୟରେ ରଥ ଗୁଡ଼ିକୁ ବିଭିନ୍ନ ସାହି ବସ୍ତି ପରିକ୍ରମା କରାଯିବା ବେଳେ ରାସ୍ତାର ଧାରେ ଧାରେ ମହିଳା ମାନେ ଭାବ ବିହ୍ୱଳ ହୋଇ ରଥକୁ ସ୍ୱାଗତ କରିବା ସହିତ ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରି ଅକ୍ଷତ ଚାଉଳ, ଗୁଆ, ଫୁଲ ଆଦି ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁମାନେ ଏହି ପ୍ରତିକାତ୍ମକ ରଥକୁ ଛୁଇଁବା ସହିତ ଭକ୍ତିରେ ମୁଣ୍ଡିଆ ମାରି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଥିଲେ। ପ୍ରଥମ ଦିନରେ ରଥ ଚୌଦ୍ୱାର ଗ୍ରାମ, ମୁଣ୍ଡମାଳ,ଓଟିଏମ୍‌‌ କଲୋନୀ ଅଞ୍ଚଳ ପରିକ୍ରମା କରିଥିବାବେଳେ ଦ୍ୱିତୀୟ ଦିନରେ ୯,୧୧,୧୨,୧୩,୧୫,୧୭, ଓ ୧୮ ନମ୍ବର ୱାର୍ଡ଼ ପରିକ୍ରମା କରାଯାଇଛି। ସଂଧ୍ୟାରେ ବିଭିନ୍ନ ସ୍ଥାନରେ ରଥ ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଞ୍ଚଳର ସମସ୍ତ ମନ୍ଦିର ପରିଚାଳନା କମିଟି, ସ୍ୱୟଂ ସହାୟିକା ଗୋଷ୍ଠୀ, ଯୁବଗୋଷ୍ଠୀ, ସଫେଇ କର୍ମଚାରୀ , ସଂକୀର୍ତ୍ତନ ମଣ୍ଡଳୀ ଓ ସାଧାରଣ ଜନତା ସାମିଲ ହୋଇଛନ୍ତି।



No comments

Powered by Blogger.