Header Ads

Header ADS

ଫୁଲବାଣୀ ପ୍ରେସକ୍ଳବର ଦ୍ୱିବାର୍ଷିକ ନିର୍ବାଚନ

ଫୁଲବାଣୀ: ଜିଲ୍ଲା ପ୍ରେସକ୍ଲବର ଦ୍ବିବାର୍ଷିକ ସମ୍ମିଳନୀ ଓ ନୁତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ପୁନର୍ବାର ସୂନୀଲ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ସେହିପରି କାର୍ୟକାରୀ ସଭାପତି ଭାବେ ଅଶୋକ ପରିଡା, ଉପସଭାପତି ଭାବେ ସୂର୍ୟ୍ୟନାରାୟଣ ବେହେରା ଓ ବିମଳ ନାୟକ, ସାଧାରଣ ସମ୍ପାଦକ ଭାବେ ବିରେନ୍ଦ ସୁବୁଦ୍ଧି, ସହସମ୍ପାଦକ ଭାବେ ଜୟସେନ୍ ପରିଡା ନିର୍ବାଚିତ ହୋଇଛନ୍ତି। ପ୍ରେସକ୍ଳବର ସଭାଗୃହରେ ଅନୁଷ୍ଠିତ ଏହି କର୍ମକର୍ତ୍ତା ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ସାମ୍ବାଦିକ ବିଜୟ ମହାନ୍ତି ନିର୍ବାଚନ ପରିଚାଳନା କରିଥିବା ବେଳେ ତାଙ୍କ ସହଯୋଗୀ ଭାବେ ସନ୍ତୋଷ ଡିଗଲ ସହାୟତା କରିଥିଲେ। ନବ ନିର୍ବାଚିତ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ଆଗାମୀ ଦୁଇବର୍ଷ ପାଇଁ ପ୍ରେସକ୍ଳବର ଉନ୍ନତି ଓ ସାମ୍ବାଦିକ ମାନଙ୍କ ପାଇଁ କାର୍ୟ୍ୟ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।



No comments

Powered by Blogger.