Header Ads

Header ADS

ବାଘଛାଲ ଜବତ; ଜଣେ ଗିରଫ

ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ୍‌) ଶନିବାର ବୌଦ୍ଧ ଜିଲା ପୁରୁଣାକଟକ ଥାନା ଚାରିଛକସ୍ଥିତ ରାଣୀପଥ ଗାଁ ନିକଟରେ ଚଢ଼ଉ କରି ଗୋଟିଏ କଲରାପତରିଆ ବାଘଛାଲ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ବନ୍ୟଜନ୍ତୁ ତସ୍କରକୁ ଗିରଫ କରି ଅଦାଲତ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲା କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା ଅଞ୍ଚଳର ଗୌତମ ବେହେରା (୫୫)।

ଅଭିଯୁକ୍ତ ଗୌତମ ବାଘଛାଲ ବିକ୍ରି ପାଇଁ ଯୋଜନା କରୁଥିବା ନେଇ ଏସ୍‌ଟିଏଫ୍‌ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହି ସୂଚନାକୁ ଆଧାର କରି ଏସ୍‌ଟିଏଫ୍‌ର ଏକ ଦଳ ରାଣୀପଥ ନିକଟରେ ଜଗି ରହିଥିଲେ। ଗୌତମ ବାଘଛାଲ ନେଇ ଆସିବା ମାତ୍ରେ ଜଗି ରହିଥିବା ଏସ୍‌ଟିଏଫ୍ ଦଳ ତାକୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଯାଞ୍ଚ କରିବା ପରେ ତା’ ନିକଟରୁ ଉପରୋକ୍ତ ବାଘଛାଲ ମିଳିଥିଲା। ପରେ ଏସ୍‌ଟିଏଫ୍‌ ତାକୁ ନିଜ ହେପାଜତକୁ ନେଇ ଜେରା କରିବା ପରେ ବୌଦ୍ଧସ୍ଥିତ ଅଦାଲତରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।



No comments

Powered by Blogger.