Header Ads

Header ADS

ମଦ ଦୋକାନୀଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଓ ପ୍ରେମିକା ଗିରଫ

ଭେଡ଼େନ: ବରଗଡ଼ ଜିଲା ଭେଡ଼େନ ବ୍ଲକ ସାରସପାଲି ଗ୍ରାମରେ ଡିସେମ୍ବର ୩୦ ତାରିଖ ରାତି ପ୍ରାୟ ୧ଟା ସମୟରେ ମଦ ଦୋକାନରେ ପେଟ୍ରୋଲ ଢାଳି ଦୋକାନୀଙ୍କୁ ହତ୍ୟା ଉଦ୍ୟମର ପର୍ଦ୍ଦାଫାସ ହୋଇଛି। ଆଜି ଭେଡେନ ଥାନାରେ ​ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ଓ ଥାନା ଅଧିକାରୀ ପ୍ରେମଜିତ ଦାଶ ଏହି ହତ୍ୟା ଷଡ଼ଯନ୍ତ୍ର ସମ୍ପର୍କରେ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୁଲିସ ଦେଇଥିବା ତଥ୍ୟ ଅନୁସାରେ ମଦ ଦୋକନୀ ହେମନ୍ତ ପଣ୍ତା (ପପୁନ)ଙ୍କ ଦୀର୍ଘ ୮ ବର୍ଷ ହେଲା ଜଣେ ବିବାହିତ ମହିଳାଙ୍କ ସହିତ ଅନୈତିକ ପ୍ରେମ ସମ୍ପର୍କ ଅଛି। ଏହା ସତ୍ତ୍ବେ ସମ୍ପୃକ୍ତ ମହିଳା ଖଣ୍ଟୁଲିପାଲି ଗ୍ରାମର ଲକ୍ଷ୍ମଣ ଭୁଏ (୨୬)ଙ୍କ ସହିତ ମଧ୍ୟ ପ୍ରେମ ସମ୍ପର୍କ ଆରମ୍ଭ କରିଥିଲେ। ମଦ ଦୋକାନୀ ହେମନ୍ତ କିନ୍ତୁ ଏହା ଜାଣି ପକାଇଥିଲେ।

ପ୍ରେମିକାକୁ କେନ୍ଦ୍ରକରି ହେମନ୍ତ ଓ ଲକ୍ଷ୍ମଣ ମଧ୍ୟରେ ବଡ଼ ଧରଣର ଝଗଡ଼ା ହୋଇଥିଲା। ଲକ୍ଷ୍ମଣ ଏଥିରେ ପ୍ରତିଶୋଧ ପରାୟଣ ହୋଇ ହେମନ୍ତଙ୍କୁ ପ୍ରେମ ପଥରୁ ହଟାଇବାକୁ ପ୍ରେମିକା ସହ ମିଶି ଷଡ଼ଯନ୍ତ୍ର ରଚିଥିଲେ। ହେମନ୍ତ ୩୦ ତାରିଖ ଟୁକୁରା ଏଚପି ଟାଙ୍କିରୁ ପେଟ୍ରୋଲ କିଣି ଆଣିଥିଲା। ହେମନ୍ତ ରାତିରେ ନିଜ ମଦ ଦୋକାନରେ ଶୋଇଥିବା ବେଳେ ରାତି ପ୍ରାୟ ୧ ସମୟରେ ଲକ୍ଷ୍ମଣ ମଦ ଦୋକାନ ବାହାର ପଟୁ ତାଲା ପକାଇ କବାଟ ଫାଙ୍କ ଦେଇ ଭିତରକୁ ପେଟ୍ରୋଲ ଢାଳିଥିଲା ଓ ବାହାରୁ ନିଆଁ ଲଗାଇ ପଳାଇଥିଲା।

ଦୋକାନ ଜଳିଯିବାରୁ ହେମନ୍ତ ଶୋଇଥିବା ଅବସ୍ଥାରେ ଅର୍ଦ୍ଧଦଗ୍ଧ ହୋଇ ପଡ଼ିଥିଲେ। ସେ କୌଣସି ପ୍ରକାରେ ପଛପଟ ଝରକା ଖୋଲି ବାହାରକୁ ଡେଇଁ ପଡ଼ିଥିଲେ। ସେହି ରାତିରୁ ସେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଆଜିଯାଏ ତାଙ୍କ ପୋଡ଼ା ଦେହ ସମ୍ପୂର୍ଣ୍ଣ ଉପଶମ ହୋଇନାହିଁ। ଗତ ୨୦ ଦିନ ହେଲା ପୁଲିସ ଏହି ଘଟଣାର ତଦନ୍ତ କରୁଥିଲା।

ଏହା ଭିତରେ ପୁଲିସ ଗତକାଲି ରାତିରେ ଖୁଣ୍ଟୁଲିପାଲି ଓ ସାରସପାଲିରେ ଚଢ଼ଉ କରି ଲକ୍ଷ୍ମଣ ​‌ବ୍ୟବହାର କରିଥିବା ନମ୍ବର ବିହୀନ ବାଇକ, ଦୁଇଟି ମୋବାଇଲ ଫୋନ ଓ ପେଟ୍ରୋଲ ଜାର ଜବତ କରିଛି। ଲକ୍ଷ୍ମଣ ଭୁଏ ଓ ତା ପ୍ରେମିକାକୁ ଗିରଫ କରାଯାଇଛି। ଭେଡ଼େନ ଥାନା କେସ୍ ନମ୍ବର ୩୫୮/୨୩ ଦଫା ୪୩୬, ୩୦୭ରେ ମାମଲା ରୁଜୁ କରି ଦୁହିଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାୀଚ ଉଭୟଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଲକ୍ଷ୍ମଣ ଓ ତା ପ୍ରେମିକା ନିଜ ଅପରାଧ ଲୁଚାଇବାକୁ ଅନେକ ପ୍ରମାଣ ନଷ୍ଟ କରିଥିଲେ ବୋଲି ପୁଲିସ କହିଛି।



No comments

Powered by Blogger.